ତିନି ଦୁର୍ବୁତ୍ତ ବାଇକରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ମୋବାଇଲ

ବାଲିଗୁଡ଼ା:୧୧।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ, ଡକାୟତି, ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବାବେଳେ ପୁଣି ଏକ ଲୁଟ ଘଟଣା ସାମ୍ନାକୁ ଆସିଛି । ଫୁଟବଲ ଖେଳି ସଂଧ୍ୟାରେ ଘରକୁ ଫେରୁଥିବାବେଳେ ତିନିଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଯୁବକଙ୍କ ଠାରୁ ଦୁଇଟି ମୋବାଇଲ ଫୋନ ଲୁଟି ନେଇଥିବା ନେଇ ବାଲିଗୁଡା ଥାନାରେ ବୁଧବାର ଅଭିଯୋଗ ହୋଇଛି ।

ପ୍ରକାଶ ଯେ, ବାଲିଗୁଡ଼ା ଥାନା ଅର୍ନ୍ତଗତ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟି ଗ୍ରାମର ଲମ୍ବୋଦର ମାଳିକ ଚଳିତ ମାସ ୫ତାରିଖ ସଂଧ୍ୟାରେ ସଲଗପଦରରୁ ଫୁଟବଲ ଖେଳି ନିଜ ଗାଁ ମାଣିକୁଟି କୁ ଯିବାବେଳେ ହଠାତ ତିନିଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଲମ୍ବୋଦରଙ୍କୁ ଧମକାଇବା ସହ ତାଙ୍କଠାରୁ ଦୁଇଟି ମୋବାଇଲ ଛଡ଼ାଇ ନେଇଥିଲେ । କିନ୍ତୁ ଭୟଭୀତ ହୋଇ ରହିବା ପରେ ପରିବାର ଲୋକଙ୍କ ପରାମର୍ଶ କ୍ରମେ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ ନଂ -୨୧୧/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘନଘନ ବିଦ୍ୟୁତ୍‌ କାଟ, ଜନଜୀବନ ଅସ୍ତବ୍ୟସ୍ତ

ଦାରିଙ୍ଗବାଡି,୨୫।୪(ଅରୁଣ ସାହୁ): ରାଜ୍ୟର ଚାରିଆଡେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଗତ କିଛିଦିନ ହେଲା ଘନଘନ ବିଦ୍ୟୁତ୍‌ କାଟକୁ...

ହତ୍ୟାକାଣ୍ଡ ରାୟ ପ୍ରକାଶ: ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା,୨୫ା୪(ପ୍ରଭାତ ପାଣିଗ୍ରାହୀ): ୧୦ବର୍ଷ ପରେ ଏକ ହତ୍ୟାକାଣ୍ଡ ରାୟ ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦୌରାଜଜ୍‌ (୧ମ) ମଞ୍ଜୁଲତା...

ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ ମନ୍ତବ୍ୟରୁ ବିରତ ରହିବାକୁ ନିର୍ଦ୍ଦେଶ: ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୫।୪: ସୁପ୍ରିମକୋର୍ଟ ଶୁକ୍ରବାର କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୀର ସାଭରକରଙ୍କ ବିଷୟରେ ଦିଆଯାଇଥିବା ମନ୍ତବ୍ୟ...

ପହଲଗାମ୍‌ରୁ ସତ୍ୟବାଦୀ ଫେରିଲେ ୮ ପର୍ଯ୍ୟଟକ

ସାକ୍ଷୀଗୋପାଳ,୨୫ା୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଜମ୍ମୁ-କଶ୍ମୀରର ପହଲଗାମ୍‌ ପରିଭ୍ରମଣରେ ଯାଇଥିବା ସତ୍ୟବାଦୀର ୮ ଜଣ ପର୍ଯ୍ୟଟକ ସୁରକ୍ଷିତ ଫେରି ଆସିଛନ୍ତି। ସେମାନେ ହେଲେ ଦୀପକ ଶତପଥୀ,...

ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୪: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ...

ଆମେରିକା ପାଇଁ ଏହି ଘୃଣ୍ୟ କାମ କରାଯାଇଛି: ଆତଙ୍କବାଦୀଙ୍କୁ ସମର୍ଥନ, ତାଲିମ ଦେବା କଥା ସ୍ୱୀକାର କଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଗତ ତିନି ଦଶନ୍ଧି ଧରି...

ବିନା କାମରେ ୫୭ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ଠିକାଦାର

ଭୁବନେଶ୍ୱର,୨୫ା୪: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ନୂଆପଡ଼ା ଜିଲା ଖଡ଼ିଆଳରେ ବିନା କାମରେ ସେ...

ଧାରଣା ବେଳେ ଚାଷୀ ବେହୋସ

ଆନନ୍ଦପୁର,୨୫ା୪(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ପୌରପରିଷଦ ୧ ନଂ ଆଉ ୨ ନଂ ଓ୍ବାର୍ଡର ଚାଷୀମାନେ ଶୁକ୍ରବାର ସକାଳ ୧୦.୩୦ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image