ଗଞ୍ଜାମରେ ଭୋଟ ଗଣତି ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଛତ୍ରପୁର,୩।୬(ସନ୍ତୋଷ ପାଢ଼ୀ )- ଆସନ୍ତାକାଲି ଭୋଟଗଣତି ଥିବା ବେଳେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭୋଟଗଣତି କେନ୍ଦ୍ରରେ ସୁରକ୍ଷା ପାଇଁ ଥ୍ରୀ ଟାୟାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପ୍ରଥମ ସ୍ତରରେ ରେ ଜିଲା ପୋଲିସ, ଦ୍ୱିତୀୟରେ ରାଜ୍ୟ ପୋଲିସ, ତୃତୀୟରେ କେନ୍ଦ୍ରୀୟ ପୋଲିସ ନିୟୋଜିତ କରାଯାଇଛି। ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଥିବ ସୂଚନା ଦେଇଛନ୍ତି । ଗଞ୍ଜାମ ଏସ୍‌ପି ଜଗମୋହନ ମୀନା ଏଥିସହ ସିଏପିଏଫ୍‌ ୩ କମ୍ପାନୀ ଏବଂ ୨ ପ୍ଲାଟୁନ ନିୟୋଜିତ ଅଛନ୍ତି। ୯ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଅତିରିକ୍ତ ଏସ୍‌ପି ୫ ଡିଏସ୍‌ପି, ୫ ଇନିସପେକ୍ଟର, ୫୯ ସବ୍‌ଇନ୍ସପେକ୍ଟର ଓ ଏଏସ୍‌ଆଇ, ୪୦୦ ଜଣ କନେଷ୍ଟବଳ ରହିବେ।