ପୁରୀ ଅଫିସ,୨୮।୬: ଆଗକୁ ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି। ରଥଯାତ୍ରାକୁ ନେଇ ସୋମବାର ସମୀକ୍ଷା ବୈଠକ ବସିଥିଲା। ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିସହିତ ଟାକ୍ଟିକାଲ ୟୁନିଟ, ବମ ଡିସ୍ପୋଜାଲ ସ୍କ୍ବାର୍ଡ ସହ ତଟ ସୁରକ୍ଷା ବାହିନୀ ନିୟୋଜିତ ହେବେ ବୋଲି ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।
ସେହିପରି ପୁରୀ ସହରରେ ତ୍ରିସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥା କରାଯିବ ସହ ୧୦ଟି ଜୋନ୍ ଓ ୨୯ଟି ସେକ୍ଟରରେ ବିଭକ୍ତ କରାଯାଇଛି। ତିନୋଟି ପର୍ଯ୍ୟାୟରେ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ନବଯୌବନ ଦର୍ଶନ, ଉଭାଯାତ୍ରା ଓ ରଥଯାତ୍ରା, ଦ୍ୱିତୀୟ ପର୍ଯ୍ୟାୟରେ ସାଦର୍ଶନ ଓ ବାହୁଡାଯାତ୍ରା ଏବଂ ତୃତୀୟ ପର୍ଯ୍ୟାୟରେ ସୁନାବେଶ ଓ ନିଳାଦ୍ରୀ ବିଜେକୁ ନେଇ ଟ୍ରାଫିକ ବ୍ୟବସ୍ଥା କରାଯାଇଛି ।