Categories: ଫୁରସତ

ଯୋଗମୁଦ୍ରାରେ ଶିକାର କରେ ଥ୍ରେସର ସାର୍କ, ପାଣି ଭିତରେ କରେ ଅଦ୍ଭୁତ ପ୍ରଦର୍ଶନ

ଯଦିଓ ବିଜ୍ଞାନ ଦ୍ୱାରା ଅନେକ ଜିନିଷର ରହସ୍ୟ ଉନ୍ମୋଚନ ହୋଇଛି ଯାହା ଏକଦା ଅସମ୍ଭବ ମନେ ହେଉଥିଲା। ତଥାପି ଏବେବି କିଛି ରହସ୍ୟ ଘେରରେ ଅଛି ଯାହା ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ। ବିଶେଷକରି ଯଦି ଆମେ ସମୁଦ୍ରରେ ବସବାସ କରୁଥିବା ପ୍ରାଣୀଙ୍କ ବିଷୟରେ କହୁ ଯାହା ସମ୍ପୂର୍ଣ୍ଣ ରହସ୍ୟ ଘେରରେ ରହିଛି। ନିକଟରେ ଏପରି ଏକ ସାର୍କ ମାଛ ବିଷୟରେ ଜଣାପଡିଛି ଯିଏ ଶିକାର କରିବା ସମୟରେ ଯୋଗ କରିଥାଏ।

ଏଠାରେ ଆମେ ଥ୍ରେସର ସାର୍କ ବିଷୟରେ କହୁଛୁ, ଯାହା ଏକ ସାମୁଦ୍ରିକ ସାର୍କ। ଏହି ଜଳଜୀବର ଲାଞ୍ଜ ବହୁତ ସକ୍ରିୟ। ଏହି ସାର୍କ ଲାଞ୍ଜ ଦ୍ୱାରା ଶିକାର କରିଥାଏ। ନିରିଖେଇ ଦେଖିଲେ ଲାଗେ ସେ ପାଣି ଭିତରେ ଆକ୍ରୋବାଟିକ୍ସ ବା ଚମତ୍କାର ଯୋଗ ପ୍ରଦର୍ଶନ କରୁଛି। ବୈଜ୍ଞାନିକମାନେ ଏନେଇ ବିଶେଷ ଅଧ୍ୟୟନ କରୁଛନ୍ତି।

ଫ୍ଲୋରିଡା ଆଟଲାଣ୍ଟିକ ୟୁନିଭରସିଟିର ଜୈବ ବିଜ୍ଞାନୀ ମରିୟାନ ପୋଟର୍ର୍‌ କହିଛନ୍ତି, ଏହି ସାର୍କ ଯୋଗଶୈଳୀରେ ଶିକାର କରିଥାଏ। ଏହି ସାର୍କମାନେ ଦାନ୍ତରେ ଶିକାରକୁ ଆକ୍ରମଣ କରନ୍ତି ନାହିଁ। ସେମାନେ ସେମାନଙ୍କର ଲାଞ୍ଜକୁ ଚାବୁକ ପରି ବ୍ୟବହାର କରନ୍ତି। ଅଧ୍ୟୟନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ସାର୍କର ମେରୁଦଣ୍ଡରେ ଥିବା ମିନେରାଲାଇଜଡ ପ୍ଲେଟଗୁଡିକ ଏକ ବାଇକ୍‌ର ସ୍ପୋକ୍ସ ପରି ପ୍ରତ୍ୟୟ ହୁଏ।

ଶିକାର କରିବାବେଳେ ଥ୍ରେସର ସାର୍କ ଆକ୍ରେବାଟିକ୍ସ କରିଥାଏ। ଶିକାରକୁ ନିଜ ଲାଞ୍ଜରେ ଗୁଡାଇ ଧରି ପାଣି ଭିତରେ ଗୁଲାଟି ମାରିଥାଏ। ଏଥିପାଇଁ ତାର ମେରୁଦଣ୍ଡରୁ ଲମ୍ବିଥିବା ଲାଞ୍ଜଟି ବିଶେଷ ଭାବରେ ସାହାର୍ଯ୍ୟ କରେ। ତେବେ ଥ୍ରେସର ସାର୍କର ଏହି ଶିକାର କରିବାର ଦୃଶ୍ୟ ଦେଖିଲେ ଯେକେହି ବି ତାକୁ ଯୋଗ କରୁଥିବାର ଚିନ୍ତା କରିବ।

Share