ଆକ୍ସନ ଥ୍ରୀଲର ମୁଭି ‘ତେହରାନ’ରେ ନଜର ଆସିବେ ଜନ୍‌

ମୁମ୍ବାଇ: ବଲିଉଡ ଅଭିନେତା ଜନ୍ ଅବ୍ରାହମ ନିର୍ମାତା ଦିନେଶ ବିଜାନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ତେହରାନ’ରେ ଖୁବଶୀଘ୍ର ନଜର ଆସିବେ । ସୋସିଆଲ ମିଡିଆ ମାଧ୍ୟମରେ ଫିଲ୍ମଟି ଶୀଘ୍ର ରିଲିଜ ହେବ ବୋଲି ଜଣାପଡିଛି । ଫିଲ୍ମର ଶୁଟିଂ ଏବେ ଆରମ୍ଭ ହୋଇଯାଇଛି । ଏବେ ଏହାର ଏକ ଭିଡିଓରେ ଫିଲ୍ମର ଫାଷ୍ଟ ଲୁକରେ ଜନ୍ ଅବ୍ରାହମଙ୍କୁ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀ ସତ୍ୟ ଘଟଣାରୁ ପ୍ରେରଣା ପାଇଥିବା କହିଛନ୍ତି ନିର୍ମାତା । ଅରୁଣ ଗୋପାଳନ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ରିତେଶ ଶାହ ଓ ଆଶିଷ ପ୍ରକାଶ ବର୍ମା ଏହାର କାହାଣୀ ଲେଖିଛନ୍ତି ।
ଏହି ଫିଲ୍ମକୁ ଦିନେଶ ବିଜାନ, ଶୋଭନା ଯାଦବ ଓ ସନ୍ଦିପ ଲେଜେଲ ପ୍ରଯୋଜନା କରୁଛନ୍ତି । ଜନଙ୍କ ଏହି ଫିଲ୍ମକୁ ଦର୍ଶକେ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ।

Share