Categories: ଖେଳ

ତ୍ରିଶୁର ଫୁଟ୍‌ବଲ କ୍ଲବ ପଣ୍ଡିଚେରୀ ଚାମ୍ପିୟନ

ଟାଙ୍ଗୀ (ଖୋର୍ଦ୍ଧା),୩୧ା୧୨ (ଡି.ଏନ୍‌.ଏ.): ମହାବୀର ଆଥଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ କୁହୁଡ଼ି ଜନତା ହାଇସ୍କୁଲ ଷ୍ଟାଡିୟମରେ ଚାଲିଥିବା ୬୩ତମ ସର୍ବଭାରତୀୟ ମହାବୀର କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ତ୍ରିଶୁର ଫୁଟ୍‌ବଲ କ୍ଲବ ପଣ୍ଡିଚେରୀ। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ ଏହି ଦଳ ଟାଇବ୍ରେକରରେ ୪-୩ ଗୋଲରେ ଚେନ୍ନାଇ ପୋଲିସ ଟିମ୍‌କୁ ପରାସ୍ତ କରିଛି। ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲରେ ଅମୀମାଂସିତ ରହିବାରୁ ଟାଇବେକ୍ରରର ସହାୟତା ନିଆଯାଇଥିଲା। ଏଥିରେ ପଣ୍ଡିଚେରୀ ଟିମ୍‌ ୪ଟି ଗୋଲ୍‌ ଦଇଥିବା ବେଳେ ଚେନ୍ନାଇ ପୋଲିସ ଟିମ୍‌ ୩ ଗୋଲ ଦେଇଥିଲା। ଶିବ ଶଙ୍କର ପଣ୍ଡା, ସୁବ୍ରତ ପୁରୋହିତ, ଦିଲୀପ କୁମାର ରାଉତ ଓ ପ୍ରଶାନ୍ତ କୁମାର ପାଲ ମ୍ୟାଚ୍‌ ପରିଚାଳନା କରିଥିଲେ। ମ୍ୟାଚ୍‌ କମିଶନର ଥିଲେ ଅପର୍ତ୍ତି ବେହେରା। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଅତିଥିଭାବେ ରାଜ୍ୟ ସଭା ସଦସ୍ୟ ମାନସ କୁମାର ମଙ୍ଗରାଜ, ଡ. ସସ୍ମିତ୍‌ ପାତ୍ର ଓ ହିଜିବୁଲ୍ଲା ଖଁ।, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ରିସ୍ନା ମାନ୍ଧାତା, ଅନ୍ନପୂର୍ଣ୍ଣା ଫାଇନାନ୍ସର ମୁଖ୍ୟ ସଞ୍ଜୟ କୁମାର ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମାନସିଂହ, ସମ୍ପାଦକ ମନୋଜ କୁମାର ମାନସିଂହ, ପରିଚାଳନା ସମ୍ପାଦକ କମଳାକାନ୍ତ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଚାମ୍ପିୟନ ଟିମ୍‌କୁ ଟ୍ରଫି ସହିତ ୫୦ ହଜାର ଓ ରନର୍ସ ଅପ୍‌ ଟିମ୍‌କୁ ଟ୍ରଫି ସହ ୩୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଲକ୍ଷ୍ମୀଧର ଦଳାଇଙ୍କୁ ସମ୍ମାନିତ କରାଯାଇଥିଲା।

Share