Categories: ଜାତୀୟ

ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ ୧୩ ରାଜ୍ୟର ୧୨ କୋଟିରୁ ଅଧିକ ଭୋଟରଙ୍କ ଉପରେ ଭାଜପାର ଲକ୍ଷ୍ୟ…

ନୂଆଦିଲ୍ଲୀ, ୨୩।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ପଛରେ ଦେଶର ୧୩ ଟି ରାଜ୍ୟର ୧୨ କୋଟିରୁ ଅଧିକ ଜନଜାତି ଭୋଟରଙ୍କୁ ହାତେଇବା ଉପରେ ଭାଜପାର ଲକ୍ଷ୍ୟ ରହିଛି। ୨୦୧୧ ଜନଗଣନା ଅନୁସାରେ ଦେଶରେ ଜନଜାତି ଭୋଟରଙ୍କ ସଂଖ୍ୟା ୧୨ କୋଟିରୁ ଅଧିକ। ଏହି ଭୋଟ ବ୍ୟାଙ୍କ ଉପରେ ଭାଜପାର ଦୀର୍ଘଦିନରୁ ଆଖି ରହିଥିଲା।

ଆସାମ, ମେଘାଳୟ, ତ୍ରିପୁରା, ମିଜୋରାମ ଆଦି ରାଜ୍ୟରେ ଜନଜାତିଙ୍କ ସଂଖ୍ୟ ଅଧିକ। ଆସାମରେ ୧୨ ପ୍ରତିଶତ, ତ୍ରିପୁରାରେ ୩୧ ପ୍ରତିଶତ, ମେଘାଳୟରେ ୮୬ ପ୍ରତିଶତ ଏବଂ ମିଜୋରାମରେ ୯୫ ପ୍ରତିଶତ ଜନଜାତି ବାସ କରନ୍ତି। ସେହିପରି ଝାଡ଼ଖଣ୍ଡରେ ୨୭ ପ୍ରତିଶତ, ଛତିଶଗଡ଼ରେ ୩୦, ମଧ୍ୟପ୍ରଦେଶରେ ୨୧, ଓଡ଼ିଶାରେ ୨୨.୫, ରାଜସ୍ଥାନରେ ୧୩.୪୮, ଗୁଜରାଟରେ ୮, ପଶ୍ଚିମବଙ୍ଗରେ ୫.୮, ହିମାଚଳପ୍ରଦେଶରେ ୫.୭ ପ୍ରତିଶତ ଜନଜାତି ବାସ କରନ୍ତି। ଭାଜପାର ଦୃଷ୍ଟି ଓଡ଼ିଶା, ରାଜସ୍ଥାନ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଉପରେ ରହିଛି।

ତେଣୁ ଭାଜପା ଜନଜାତି ସମାଜକୁ ରାଷ୍ଟ୍ରପତି ନିର୍ବାଚନ ମାଧ୍ୟମରେ ସ୍ବତନ୍ତ୍ର ବାର୍ତ୍ତା ଦେବାକୁ ଚାହୁଁଛି। ଯାହାଦ୍ୱାରା ଦଳର ଭବିଷ୍ୟତ କାର୍ଯ୍ୟଧାରା ସହଜ ହୋଇ ପାରିବ।

Share