Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉପରକୁ ପଥର ମାଡ଼

ଶିଲଂ,୨୪।୭: ମେଘାଳୟର ସହର ତୁରାକୁ ଶୀତକାଳୀନ ରାଜଧାନୀ ଘୋଷଣା ଦାବି ତେଜୁଛି। ଏହାକୁ ଦେଇ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ ହେଉଛି। ବିକ୍ଷୋଭକାରୀ ମେଘାଳୟର ମୁଖ୍ୟମନ୍ତ୍ରୀ କର୍ନଡ ସାଙ୍ଗମାଙ୍କ କାର୍ଯ୍ୟାଳୟ ଉପରକୁ ପଥର ଫିଙ୍ଗିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ। ବିକ୍ଷୋଭକାରୀଙ୍କ ଦ୍ୱାରା ପଥର ଫିଙ୍ଗିବା ସମୟରେ ପ୍ରାୟ ୫ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିଲେ। ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ସୁରକ୍ଷା କର୍ମୀମାନେ ଲୁହବୁହା ଗ୍ୟାସ ଛାଡିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ।
ମେଘାଳୟ ଡିଜିପି ଏଲଆର ବିଷ୍ଣୁ ଅମର ଉଜାଲାଙ୍କୁ ବିଳମ୍ବିତ ରାତିରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣସ୍ବୋଭାବିକ। ରାତିରେ କର୍ଫ୍ୟୁ ଲାଗୁ କରାଯାଇଛି। ପୋଲିସ ଫୋର୍ସର ଏକ କମ୍ପାନୀ ନିୟୋଜିତ ହୋଇଛି ଯେଉଁଥିରେ ପ୍ରାୟ ୧୦୦ କର୍ମଚାରୀ ଅଛନ୍ତି।

Share