ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ସ୍ବଚ୍ଛତାକୁ ନେଇ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଣିକି ରାଜଧାନୀ ରାସ୍ତାରେ ଅଳିଆ ଫିଙ୍ଗିଲେ ଦେବାକୁ ପଡିବ ଜରିମାନା। ଭୁବନେଶ୍ୱର ୟୁନିଟ୍-୧ର ସମସ୍ତ ବ୍ୟବସାୟଙ୍କୁ ଏଭଳି ଚେତାବନୀ ଦେଇଛି ବିଏମ୍ସି କମିଶନର। ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାରେ ଫିଙ୍ଗିଲେ ୫ହଜାର ଟଙ୍କା ଜରିମାନା ଦେବାକୁ ପଡିବ। ରାଜଧାନୀକୁ ପରିଷ୍କାର ରଖିବା ସମସ୍ତଙ୍କର କର୍ତ୍ତବ୍ୟ, ଏଣୁ ସମସ୍ତେ ସହଯୋଗ କରନ୍ତୁ ବୋଲି କମିଶନର କହିଛି।