କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଆମେରିକାର ଅନେକ କୋଟିପତିଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀରେ ମଧ୍ୟ କରୋନା ମହାମାରୀ ସମୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏପରିକି ଏହି ପାର୍ଟିରେ ଯୋଗ ଦେଉଥିବା ଅତିଥିମାନଙ୍କୁ ୧୫ ମିନିଟ୍‌ର ରାପିଡ୍‌ ଟେଷ୍ଟ୍‌ ବା କରୋନା ପରୀକ୍ଷଣର ସୁବିଧା ଦିଆଯାଇଛି।


ଯେତେବେଳେ କରୋନା ମହାମାରୀ ଯୋଗୁ ଆମେରିକାରେ ବହୁ ସଂଖ୍ୟକ ଲୋକ କ୍ୱାରାଣ୍ଟାଇନ୍‌ରେ ରହିଥିଲେ ଠିକ୍‌ ସେହି ସମୟରେ ଧନୀ ଲୋକମାନେ ଗ୍ରାଣ୍ଡ୍‌ ପାର୍ଟି କରୁଥିଲେ। ଧନୀ ଲୋକମାନେ କରୋନା ହଟ୍‌ସ୍ପଟରେ ରହିବାକୁ ବାଧ୍ୟ ହେଉ ନାହାନ୍ତି। କାରଣ ସେମାନେ ବ୍ୟକ୍ତିଗତ ଜେଟ୍‌ ମାଧ୍ୟମରେ ଏକ ସୁରକ୍ଷିତ ସ୍ଥାନରୁ ଅନ୍ୟ ସ୍ଥାନକୁ ସହଜରେ ଯାଇ ପାରୁଛନ୍ତି। ଅନ୍ୟପକ୍ଷରେ, ମହାମାରୀ ହେତୁ ଆମେରିକା ସମେତ ଲକ୍ଷଲକ୍ଷ ଲୋକ ସମଗ୍ର ବିଶ୍ୱରେ ବେକାର ହୋଇଯାଇଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଅନେକ କୋଟିପତିଙ୍କ ସମ୍ପତ୍ତି ଯଥେଷ୍ଟ ବୃଦ୍ଧି ପାଇଛି।


ରିପୋର୍ଟ ଅନୁଯାୟୀ, ଆମେରିକାର ସିଲିକନ ଭ୍ୟାଲିର ଅଭିଜିତ୍‌ ସମାନ ଭାବରେ ଜୀବନଯାପନ କରୁଛନ୍ତି। ଲୋକମାନଙ୍କୁ ସାକ୍ଷାତ କରୁଛନ୍ତି। ଯେପରି ସବୁକିଛି ସ୍ବାଭାବିକ ରହିଛି। ଅନ୍ୟପକ୍ଷଷର ଆମେରିକାରେ ପ୍ରତିଦିନ ପ୍ରାୟ ୧ ହଜାର ଲୋକଙ୍କ କରୋନାରେ ମୃତ୍ୟୁ ଘଟୁଛି। ତଥାପି ଧନୀକମାନେ ପାର୍ଟି ଆୟୋଜନ କରିବାରେ ତିଳେ ମାତ୍ର କୁଣ୍ଠାବୋଧ କରୁନାହାନ୍ତି। ଖାଲି ଏତିକି ନୁହେଁ, କିଛି ଧନୀ ଲୋକ ମଧ୍ୟ ସେମାନଙ୍କ ବଡ଼ବଡ଼ ପ୍ରାସାଦକୁ ଭଡ଼ା ଦେଉଛନ୍ତି, ଯାହା ଦ୍ୱାରା ପାର୍ଟିର ଆୟୋଜନ ହୋଇପାରିବ। ଏଥିସହିତ ମହାମାରୀ ସମୟରେ ଘରୋଇ ଜେଟ୍‌ର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏହି ପରିସ୍ଥିତି ଦେଖି ଜଣେ ଆମେରିକୀୟ ଡାକ୍ତର କହିଛନ୍ତି, କରୋନା ଭାଇରସ୍‌ ଗରିବ ଲୋକଙ୍କ ଭାଇରସ୍‌।

Share