Categories: ଫୁରସତ

କୁକୁରକୁ ଫିଙ୍ଗୁଥିଲେ ପଥର, ପାଇଲେ ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ରାସ୍ତାରେ ଯାଉଥିବା ଏକ କୁକୁରକୁ ଜଣେ ବ୍ୟକ୍ତି ପଥର ପକାଉଥିବା ଦେଖିବାକୁ ମିଳିଛି। ପରେ କୁକୁରଟି ତାଙ୍କୁ ଶିକ୍ଷା ଦେବାକୁ ଯାଇ ଦୌଡ଼ି ଅସି ତାଙ୍କୁ କାମୁଡ଼ୁଛି। ଭିଡିଓଟି ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହେବାରେ ଲାଗିଛି।

Share