ଇନଷ୍ଟାଗ୍ରାମ ଉପରେ ଚଡ଼କ: ଆପକୁ ଡିଲିଟ କରିଛନ୍ତି ଅଧିକ ୟୁଜର,ତାଲିକାରେ ୫ ଆପ…

ଓ୍ବାଶିଂଟନ,୨୫।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ୨୦୨୩ ବର୍ଷର ସବୁଠାରୁ ଅଧିକ ଡିଲିଟ ହୋଇଥିବା ଆପ ହୋଇଛି। ଅଧିକାଂଶ ଡିଲିଟ ହୋଇଥିବା ସୋସିଆଲ ଆପ ତାଲିକାରେ ଇନଷ୍ଟାଗ୍ରାମ ଶୀର୍ଷ ସ୍ଥାନରେ ଅଛି। ଏହି ଡିଲିଟ ହେଉଥିବା ଆପ ତାଲିକାରେ ସ୍ନାପଚାଟ ଏବଂ ଟେଲିଗ୍ରାମ ମଧ୍ୟ ରହିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଆପ ଲୋକପ୍ରିୟ ହେବା ସହିତ ଏହାକୁ ସର୍ବାଧିକ ସଂଖ୍ୟକ ୟୁଜର ଡିଲିଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ସୋସିଆଲ ମିଡିଆ ୟୂଜରଙ୍କ ରେକର୍ଡ ଭାଙ୍ଗିଛି। ଏହି ସଂଖ୍ୟା ୪.୮ ବିଲିୟନର ଅତିକ୍ରମ କରିଛି। ସୋସିଆଲ ମିଡିଆ ୟୁଜରମାନେ ପ୍ରତିଦିନ ସୋସିଆଲ ମିଡିଆରେ ୨ ଘଣ୍ଟା ୨୪ ମିନିଟ ବିତାଉଛନ୍ତି ।

ଆମେରିକୀୟ ଟେକ ଫାର୍ମ ଟିଆରଜି ଡାଟାସେଣ୍ଟରର ଏକ ରିପୋର୍ଟର ଉଦ୍ଧୃତ କରି ଏହା ପ୍ରକାଶ ପାଇଛି ଯେ ସୋସିଆଲ ମିଡିଆ ଫାର୍ମ ଥ୍ରେଡ ଏକ ଆପ ହୋଇପାରିଛି ଯାହା ଏକ ସପ୍ତାହ ମଧ୍ୟରେ ସର୍ବାଧିକ ଉପଭୋକ୍ତାଙ୍କୁ ହରାଇଛି। ଏହାର ଉନ୍ମୋଚନ ହେବାର ୨୪ ଘଣ୍ଟା ମଧ୍ୟରେ ୧୦୦ ମିଲିୟନ ଉପଭୋକ୍ତା ଥ୍ରେଡ ଆପ ରେ ଯୋଗ ଦେଇଥିଲେ, କିନ୍ତୁ ପରବର୍ତ୍ତୀ ୫ ଦିନରେ, ୮୦ ପ୍ରତିଶତ ୟୁଜର ଥ୍ରେଡ ଛାଡିଥିଲେ। ଏହି କାରଣରୁ, ଥ୍ରେଡ ଆପ ଅର୍ଥାତ ମେଟା କମ୍ପାନୀ ବହୁ କ୍ଷତି ସହିଥିଲା ।

୨୦୨୩ ମସିହାରେ, ୧୦ ଲକ୍ଷ ଲୋକ ଇଣ୍ଟରନେଟରେ ଇନଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ କରିବା ପାଇଁ କୌଶଳ ଖୋଜିଥିଲେ। ଆହୁରି ମଧ୍ୟ, ୧୦,୨୦,୦୦୦ରୁ ଅଧିକ ୟୁଜର ଇନଷ୍ଟାଗ୍ରାମ ଆପ ଡିଲିଟ କରିଛନ୍ତି। ଫଳରେ ଇନଷ୍ଟାଗ୍ରାମ ଡିଲିଟ କରିଥିବା ୟୁଜରଙ୍କ ସଂଖ୍ୟା ୧,୩୦,୦୦୦ ରହିଛି।

ଇନଷ୍ଟାଗ୍ରାମ ଆପ ପରେ ସ୍ନାପଚାଟ ଡିଲିଟ ହୋଇଥିବା ଆପ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। ସ୍ନାପଚଟକୁ ୧,୨୮,୦୦୦ ୟୂଜର ଡିଲିଟ କରିଛନ୍ତି। ଏହା ପରେ ଏକ୍ସ ଏବଂ ଟେଲିଗ୍ରାମ ରହିଛି। ଫେସବୁକ, ଟିକଟକ, ୟୁଟ୍ୟୁବ, ହ୍ବାଟସ ଆପ ଏବଂ ଭିଚାଟ ମଧ୍ୟ ଡିଲିଟ ହୋଇଥିବା ଆପ ମଧ୍ୟରେ ରହିଛି। ୪୯,୦୦୦ ୟୁଜର ଫେସବୁକ ଆପ ଡିଲିଟ କରିଥିବାବେଳେ ୪,୯୫୦ ୟୁଜର ହ୍ବାଟସ ଆପ ଡିଲିଟ କରିଛନ୍ତି।

Share