ଭୁବନେଶ୍ୱର,୧୦।୧୦(ବ୍ୟୁରୋ): ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ସୋମବାର ମଧ୍ୟ କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ତେବେ ରାଜ୍ୟରେ ୧୧ ତାରିଖରୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପଟେ, ଅକ୍ଟୋବର ମାସରେ ଏଯାବତ୍ ୭୯.୪ ମିମି ବର୍ଷା ରେକର୍ଡ ହୋଇଛି। ଯାହା ସ୍ବାଭାବିକ ବର୍ଷା ତୁଳନାରେ ୬୫ ପ୍ରତିଶତ ଅଧିକ ରହିଛି।
1️⃣ ଆଜି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି
2️⃣ 11 ତାରିଖରୁ ରାଜ୍ୟରେ କମିବ ବର୍ଷାର ବିସ୍ତୃତି
3️⃣ ଚଳିତ ଅକ୍ଟୋବର ମାସରେ ଏଯାବତ 79.4 ମିମି ବର୍ଷା, ଯାହା ସ୍ୱାଭାବିକ ବର୍ଷା ତୁଳନାରେ 65 ପ୍ରତିଶତ ଅଧିକ
4️⃣ ଦକ୍ଷିଣ ଓଡ଼ିଶାରେ ଆଜି ଲାଗିରହିଛି ବର୍ଷା
— Meteorological Centre, Bhubaneswar (@mcbbsr) October 10, 2022