Advertisement

ଘଡ଼ଘଡ଼ି ସହ ବର୍ଷା ପବନ ଆଶଙ୍କା, ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ରାଜ୍ୟରେ ପଶ୍ଚିମ ଝଡ଼ ସହ କାଳବୈଶାଖୀର ପ୍ରଭାବ ଲାଗି ରହିବ। ସୋମବାର ପୂର୍ବାହ୍ନ ସୁଦ୍ଧା କଳାହାଣ୍ଡି, ରାୟଗଡ଼ା କୋରାପୁଟ, କନ୍ଧମାଳ, ଗଞ୍ଜାମ, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୋଳରେ ବିଜୁଳି ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବ। ଏଥିସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ବି ରହିଛି। ଏହି ଜିଲାଗୁଡ଼ିକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ବିଜୁଳି ଘଡ଼ଘଡ଼ି ମାରିବାର ସମ୍ଭାବନା ଥିବାରୁ ଏହି ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share