Posted inରାଜ୍ୟ

କାଳବୈଶାଖୀ ପ୍ରଭାବରେ ରବିବାର, ସୋମବାର ଏହି ସବୁ ଜିଲାରେ ବର୍ଷା ସମ୍ଭାବନା, ଆସନ୍ତା ୩ଘଣ୍ଟା ପାଇଁ ୬ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୭।୪: ସମଗ୍ର ରାଜ୍ୟରେ ପ୍ରବଳ ତାତି ପରେ କାଳବୈଶାଖୀ ପ୍ରଭାବରେ ପାଗ ସାମାନ୍ୟ ଥଣ୍ଡା ପଡ଼ିବାକୁ ଯାଉଛି। ରବିବାର ଅପରାହ୍ନ ଠାରୁ ଆସନ୍ତା ୩ ଘଣ୍ଟା ମଧ୍ୟରେ କୋରାପୁଟ, ରାୟାଗଡା, କାନ୍ଧାମାଲ୍, ଗଞ୍ଜାମ, କଟକ ଏବଂ ନୟାଗଡ଼ ଜିଲାର କିଛି ସ୍ଥାନରେ ବଜ୍ରପାତ ଏବଂ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ସ୍ଥିତିକୁ ଦେଖି ପ୍ରଭାବିତ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁଯାୟୀ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ଆଭ୍ୟନ୍ତରୀଣ ଓଡ଼ିଶା ଠାରୁ ଉତ୍ତର ତାମିଲନାଡୁ ପର୍ଯ୍ୟନ୍ତ ଛତିଶଗଡ, ବିଦର୍ଭ, ମରାଠୱାଡା, ଆଭ୍ୟନ୍ତରୀଣ କର୍ଣ୍ଣାଟକ ଦେଇ ସମୁଦ୍ର ପତ୍ତନଠାରୁ ୧.୫ କିଲୋମିଟର ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ୍ ଲମ୍ବିଛି। ଏହାର ପ୍ରଭାବରେ ସୋମବାର ସକାଳ ସୁଦ୍ଧା ଉତ୍ତର ଓଡ଼ିଶା, ବୌଦ୍ଧ, ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ନୟାଗଡ଼, ପୁରୀ ଏବଂ ଓଡ଼ିଶାର ଅନ୍ୟାନ୍ୟ ଗୋଟିଏ ଦୁଇଟି ଅଞ୍ଚଳରେ ହାଲୁକରୁ ମଧ୍ୟ ଧରଣର ବର୍ଷ ସହିତ ବିଜୁଳି ଘଡ଼ଘଡ଼ି ମଧ୍ୟ ହେବାର ସମ୍ଭାବନା ରହିଛି। ଏଥି ସହିତ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନ ବ୍ୟତୀତ ଅନୁଗୁଳ, କଟକ , ନୟାଗଡ, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର ଏବଂ ବାଲେଶ୍ୱରରେ ୪୦ରୁ ୫୦ କିମି ବେଗରେ ପବନ ସହିତ କୁଆ ପଥର ହେବାର ମଧ୍ୟ ସମ୍ଭାବନା ଥିବାରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି।

ସେହିଭଳି କାଳବୈଶାଖୀ ପ୍ରଭାବରେ ସୋମବାରରୁ ମଙ୍ଗଳବାର ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ,ଦେଓଗଡ଼, ସମ୍ବଲପୁର, ନୟାଗଡ, ସୋନପୁର, ଗଂଜାମ, କନ୍ଧମାଳ, ଗଜପତି, ରାୟଗଡା ଏବଂ କଳାହାଣ୍ଡିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ହେବାର ସମ୍ଭାବନା ଥିବାରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri