ଘଡ଼ଘଡ଼ି ସହ କୁଆପଥର ବର୍ଷା, ନଷ୍ଟ ହେଲା ଶହଶହ ହେକ୍ଟର ପରିବା ଚାଷ

କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ  ପ୍ରବଳ ଘଡ଼ଘଡ଼ି ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି। ଫଳରେ କିଛି ଦିନ ହେଲା ଗରମ ହୋଇ ପଡ଼ିଥିବା ପରିବେଶ ଥଣ୍ଡା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବାନୁମାନ ଅନୁଯାୟୀ, ଜିଲାରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ହଠାତ୍‌ ଏଭଳି ବର୍ଷା ଯୋଗୁ ଜିଲାର କେତେକ ସ୍ଥାନରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ଗ୍ରାମର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପନିପରିବା କ୍ଷେତରେ କୁଆପଥର ବିଛାଡି ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଗ୍ରାମାଞ୍ଚଳରେ କୁଢ଼କୁଢ଼ କୁଆପଥର ଗଦା ଦେଖିବାକୁ ମିଳୁଛି।
ମିଳିଥିବା ସୂଚନାନୁଯାୟୀ, ପରିବା ଫସଲ ପ୍ରଭାବିତ ହୋଇଛି। ବର୍ଷା ଯୋଗୁ ଜିଲାର ଅନେକ ସ୍ଥାନ ତଥା ଓ ଖଣି ଅଞ୍ଚଳର ଲୋକମାନେ ଚାରିଆଡ଼େ ଧୂଳି ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣରୁ ଆଶ୍ୱସ୍ତି ପାଉଛନ୍ତି। ଏହାବ୍ୟତୀତ ଚଳିତ ବର୍ଷ ହଠାତ୍‌ ତାପମାତ୍ରା ବୃଦ୍ଧି ପାଇଥିବାରୁ ଏହି ବର୍ଷା ଯୋଗୁ ଲୋକମାନେ ଗରମରୁ ମୁକ୍ତି ପାଇଛନ୍ତି। ସଦର, ଝୁମ୍ପୁରା ବ୍ଲକ ଅଞ୍ଚଳର ଅଧିକାଂଶ ସ୍ଥାନରେ ଅଦିନିଆ ବର୍ଷା ଓ କୁଆ ପଥର ଯୋଗୁ କୋବି, ଟମାଟୋ, ବାଇଗଣ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଛି। ପନିପରିବା ବର୍ଷା ପାଣିରେ ବୁଡି ଯାଇଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଫଳରେ ବହୁ ଖର୍ଚ୍ଚାନ୍ତ ହୋଇ ଏବଂ ପରିଶ୍ରମ କରି ପନିପରିବା ଚାଷ କରିଥିବା ଗରିବ ଚାଷୀମାନେ କ୍ଷତି ସହୁଛନ୍ତି। କେନ୍ଦୁଝର ଜିଲା ସଦର ମହକୁମା ସମେତ ଯୋଡ଼ା ଖଣି ଅଞ୍ଚଳ ସମେତ ଅନ୍ୟନ୍ୟ ସହରରେ ବର୍ଷା ଯୋଗୁ ଧୂଳି ପ୍ରଦୂଷଣ ଓ ଗରମରୁ କିଛିମାତ୍ରାରେ ଆଶ୍ୱସ୍ତି ପାଉଛନ୍ତି। ମଦନ ନାଏକ , ସଦର ବ୍ଲକ ଚାଷୀ କହିଛନ୍ତି, ‘ଆମେ କଠିନ ପରିଶ୍ରମ କରିଥିଲୁ ଏବଂ ପନିପରିବା ଚାଷ କରିଥିଲୁ। କିନ୍ତୁ ଏଭଳି ବର୍ଷା ଯୋଗୁ ଅନେକ କ୍ଷତିଗ୍ରସ୍ତ ହୋଇଛନ୍ତି। ତେଣୁ ସରକାର ସେହି କୃଷକମାନଙ୍କୁ ସାହାଯ୍ୟ କରିବା ଉଚିତ। କେନ୍ଦୁଝର ମୁଖ୍ୟ ଜିଲା କୃଷି ଅଧିକାରୀ ପର୍ଶୁରାମ ବେହେରା କହିଛନ୍ତି, ଏହି ବର୍ଷା ଚାଷରେ ସହାୟକ ହେବ। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଅଭିଯୋଗ ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ସମୟରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ଚିହ୍ନଟ ପାଇଁ ସୁଙ୍କି ପୋଲିସ ପଠାଇଲା ଜିଲା ମେଡ଼ିକାଲ କଲେଜ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ସୁଙ୍କି ଥାନା ଅନ୍ତର୍ଗତ ସ୍ବାସ୍ଥ୍ୟ କେନ୍ଦ୍ର ନିକଟରେ ରହିଥିବା ବରଗଛ ମୂଳେ ଅଚେତ ଅବସ୍ଥାରେ ପଡି ରହିଥିବା ଜଣେ...

ଦିନିକିଆ କ୍ରିକେଟରେ ଆଇସିସି କରିପାରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨ା୪: ଦିନିକିଆ କ୍ରିକେଟ ବ୍ୟାଟରଙ୍କୁ ଅତ୍ୟଧିକ ସୁହାଉଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୫୦ ଓଭରିଆ ଫର୍ମାଟରେ ଦୁଇ ନୂଆ ବଲର ବ୍ୟବହାର ନିୟମରେ ପରିବର୍ତ୍ତନ...

ଅଚାନକ ଦେଓମାଳି ଗସ୍ତ କରି ପରିବେଶ ସ୍ବଚ୍ଛତା ନେଇ ତଦାରଖ କଲେ ଜିଲାପାଳ-ଆରକ୍ଷୀ ଅଧିକ୍ଷକ

ପଟ୍ଟାଙ୍ଗି,୧୨।୪,(ଶରତ କୁମାର ଧଳ): କୋରାପୁଟ ଜିଲା ତଥା ରାଜ୍ୟର ପରିଚୟ ଭାବେ ପରିଚିତ ସର୍ବବୃହତ ପର୍ବତ ତଥା ପର୍ଯ୍ୟଟନ ସ୍ଥଳୀ ଦେଓମାଳି କିପରି ସୁରକ୍ଷିତ ରହିବା...

ଯନ୍ତ୍ରୀଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢାଉ

ଆସିକା, ୧୨ା୪ (ସୁରେନ୍ଦ୍ର ନାଥ ସାହୁ) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର କାର୍ଯ୍ୟନିର୍ବାହୀ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କ ଆସିକା ତାଲୁକାରୋଡ଼ସ୍ଥିତ ପୈତୃକ...

ବେଆଇନ ନିଶା କାରବାର ନେଇ କାଉନ୍‌ସିଲରଙ୍କ ଅଭିଯୋଗ, ଅବକାରୀ ବିଭାଗ- ଗଞ୍ଜାମ ପୋଲିସର ଚଢ଼ାଉ

ଗଞ୍ଜାମ,୧୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ନିଶା କାରବାର ବୃଦ୍ଧି ପାଇଥିବା ନେଇ ସ୍ଥାନୀୟ କିଛି କାଉନ୍‌ସିଲର ଶୁକ୍ରବାର ସାରେ ଗଞ୍ଜାମ ଥାନାରେ...

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ...

ସ୍ବୀକୃତି ନୁହେଁ, କୃତି ପଛରେ ଦୌଡ଼ିଲେ ସଫଳତା ମିଳେ ଯୁବ ଲେଖକ ସମ୍ମିଳନୀ

ନୂଆପଡ଼ା,୧୨ା୪ (ମକାରୁ ବେମାଲ)-ସ୍ଥାନୀୟ ନ୍ୟାଶନାଲ କଲେଜଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଜିଲାସ୍ତରୀୟ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ା ଜିଲାପାଳ ମଧୁସୂଦନ ଦାସ...

ରୋଜ ଭ୍ୟାଲି ପୋଞ୍ଜି ଘୋଟଲାରେ ଫଶିଥିବା ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି, ୭୫. ଲକ୍ଷ ଲୋକଙ୍କୁ ସରକାର ଫେରାଇବେ ଟଙ୍କା

ନୂଆଦିଲ୍ଲୀ,୧୨।୪: ରୋଜ ଭ୍ୟାଲି ପୋଞ୍ଜି ଦୁର୍ନୀତିରେ ଠକେଇ ହୋଇଥିବା ଲକ୍ଷ ଲକ୍ଷ ନିବେଶକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସମ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image