Categories: ଖେଳ

ଗୁରୁବାର ଅହମଦାବାଦ ଟେଷ୍ଟ: ଭାରତ ପାଇଁ କର ବା ମର ସ୍ଥିତି…

ଅହମଦାବାଦ,୮।୩ : ଅହମଦାବାଦରେ ଗୁରୁବାର ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ ପୂର୍ବାହ୍ନ ସାଢ଼େ ୮ଟାରୁ ଆରମ୍ଭ ହେବ। ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି।

ଯେ କୌଣସି ମୂଲ୍ୟରେ ଏହି ଟେଷ୍ଟ ଜିତିବାକୁ ଟିମ୍‌ ଇଣ୍ଡିଆ ଚାପରେ ରହିବ। ଏହାର ବିଜୟ ଭାରତୀୟ ଦଳକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ସୃଷ୍ଟି କରିବ। ଯାହାଦ୍ୱାରା ଟିମ୍‌ ଇଣ୍ଡିଆ ଜୁନ ମାସରେ ପୁଣି ଥରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରି ପାରିବ।

ଟିମ ଇଣ୍ଡିଆ ୨୦୧୬-୧୭ ଠାରୁ ଅଷ୍ଟ୍ରେଲିଆଠାରୁ କ୍ରମାଗତ ତିନିଟି ଟେଷ୍ଟ ସିରିଜ ଜିତିଛି। ଯଦି ଅହମ୍ମଦାବାଦ ଟେଷ୍ଟରେ ଜିତେ ତେବେ ଏହା ଅଷ୍ଟ୍ରେଲିଆ ଉପରେ କ୍ରମାଗତ ଚତୁର୍ଥ ଟେଷ୍ଟ ସିରିଜ ବିଜୟ ହେବ। ଏହି ସିରିଜରେ ଭାରତ ୨-୧ରେ ଆଗୁଆ ଅଛି। ଯଦି ସିରିଜ ୨-୨ ଡ୍ର ରହେ ତେବେ ବର୍ଡର-ଗାଭାସ୍କର ଟ୍ରଫି ଟିମ୍‌ ଇଣ୍ଡିଆ ବଜାୟ ରଖିବ।

Share