ଇସଲାମାବାଦ,୨ ।୨: ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ(ଟିଆଇ) ସଂସ୍ଥା ବାର୍ଷିକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଇମ୍ରାନ ଖାଁଙ୍କ ଅନୁଗାମୀ ସରକାରଙ୍କ ଅନୁଯାୟୀ, ପାକିସ୍ତାନ ପୂର୍ବାପେକ୍ଷା ଅଧିକ ଭ୍ରଷ୍ଟ ବୋଲି କୁହାଯାଇଛି । ଟିଆଇ ପାକିସ୍ତାନର ଅଧ୍ୟକ୍ଷ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି କି ପାକିସ୍ତାନର ସ୍କୋର ୨୭ ହୋଇଯାଇଛି ।
ଟ୍ରନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ମଙ୍ଗଳବାର ବାର୍ଷିକ ଭ୍ରଷ୍ଟାଚାର ରିପୋର୍ଟରେ ୨୦୨୨ କରପଶନ ପରସେପଶନ ଇଣ୍ଡେକ୍ସ(ସିପିଆଇ) ରିପୋର୍ଟ ଜାରି କରିଛି । ଯେଉଁଥିରେ ପାକିସ୍ତାନକୁ ସେହି ୧୦ ଦେଶ ସହ ଘୋଷଣା କରାଯାଇଛି, ଯେଉଁମାନେ ସିପିଆଇ ସ୍କୋରରେ ମହତ୍ୱପୂର୍ଣ୍ଣ ଅବନତି ଘଟିଛି । ପାକିସ୍ତାନର ୨୦୨୨ ସିପିଆଇ ସ୍କୋର ୨୦୨୧ର ୨୮ ତୁଳନାରେ ୨୭ ହୋଇଛି । ଟିଆଇ ଦ୍ୱାରା ୨୦୨୨ର ରିପୋର୍ଟରେ ମୁଲ୍ୟାଙ୍କନ କରାଯାଇଥିବା ମୋଟ ୧୮୦ ଦେଶ ମଧ୍ୟରୁ ପାକିସ୍ତାନର ର୍ୟାଙ୍କ ୧୪୦ରେ ରହିଛି । ସୂଚନାଯୋଗ୍ୟ, ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ପ୍ରତିବର୍ଷ ଭ୍ରଷ୍ଟାଚାର ସହ ଜଡିତ ସଂଖ୍ୟା ଉପରେ ରିପୋର୍ଟ ଜାରି କରିଥାଏ । ଏଥିରେ ବିଶ୍ୱରେ ଦେଶର ସ୍ଥିତିର ବର୍ଣ୍ଣନା କରାଯାଇଥାଏ ଓ ସଂସ୍ଥା ଭ୍ରଷ୍ଟାଚାରର ସ୍ଥିତି ଅନୁସାରେ ଦେଶର ସୂଚୀ ପ୍ରସ୍ତୁତ କରିଥାଏ ।