ଟେକ୍‌ଅପ୍ ବେଳେ ଦୁର୍ଘଟଣା: ରନୱେରେ ଥିବା ଅବସ୍ଥାରେ ବିମାନରେ ଲାଗିଲା ନିଆଁ

ବେଜିଂ,୧୨ ।୫: ଚାଇନାର ଚୁଙ୍ଗଚିଙ୍ଗରେ ଗୁରୁବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଠାକାର ବିମାନ ବନ୍ଦରରେ ତିବ୍ୱତ ଏୟାର ଲାଇନ୍ସର ବିମାନ ଟେକ୍‌ଅପ କରିବା ସମୟରେ ରନୱେରେ ଖସିଯାଇଥିଲା । ଫଳରେ ବିମାନରେ ନିଆଁ ଲାଗି ଯାଇଥିଲା । ଏହି ସମସୟରେ ବିମାନରେ ୧୧୩ ଯାତ୍ରୀ ଓ ୯ କ୍ରିୟୁ ମେମ୍ବର ରହିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀ ଓ କ୍ରିୟୁ ମେମ୍ବରଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ କେତେଜଣ ସାମାନ୍ୟ ଆହତ ହୋଇଛନ୍ତି ।

Share