ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ ଇଚ୍ଛୁକ ଅଛନ୍ତି। ତିବ୍ଦତର ସର୍ବୋଚ୍ଚ ଧାର୍ମିକ ନେତା ଦଲାଇ ଲାମା ଏବଂ ଚାଇନା ସରକାରଙ୍କ ମଧ୍ୟରେ ଆଲୋଚନା ହୋଇସାରିଛି, କିନ୍ତୁ ତିବ୍ଦତରେ ଚାଇନା ବିରୋଧୀ ବିରୋଧ ଏବଂ ତିବ୍ଦତ ପ୍ରତି ଚଇନାର ମତଭେଦ ଯୋଗୁ ଏହି ଆଲୋଚନା ଶେଷ ହୋଇ ନାହିଁ। ସେବେଠାରୁ ଉଭୟ ପକ୍ଷ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇ ନ ଥିଲା।
ଭାରତର ଧର୍ମଶାଳାରେ ଅବସ୍ଥିତ ତିବ୍ଦତର କେନ୍ଦ୍ରୀୟ ତିବ୍ଦତୀୟ ପ୍ରଶାସନ (ସିଟିଏ) ର ପ୍ରଧାନମନ୍ତ୍ରୀ ପେମ୍ପା ସେରିଙ୍ଗ ନିଶ୍ଚିତ କରିଛନ୍ତି, ଚାଇନା ସହିତ ଅନୌପଚାରିକ ଆଲୋଚନା ଚାଲିଛି। ତାଙ୍କ ସହକର୍ମୀମାନେ ଚାଇନା ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ବର୍ତ୍ତମାନ ଏହି କଥାବାର୍ତ୍ତାରୁ କୌଣସି ଫଳାଫଳ ଆଶା କରିବା ଭୁଲ। ଗତ ବର୍ଷ ପରଠାରୁ ଆମେ ପରଦା ପଛରେ କଥାବାର୍ତ୍ତା କରୁଛୁ, କିନ୍ତୁ ବର୍ତ୍ତମାନଠାରୁ ଏଥିରୁ କିଛି ଆଶା କରିବା ଅର୍ଥହୀନ। ଏହା ଏକ ଲମ୍ବା ପ୍ରକ୍ରିୟା।
ଶେରିଙ୍ଗ ଭାରତକୁ ଅପିଲ୍‌ କରି କହିଛନ୍ତି, ଭାରତର ବୈଦେଶିକ ନୀତି ବର୍ତ୍ତମାନ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ସମଗ୍ର ବିଶ୍ୱରେ ଭାରତର ପ୍ରଭାବ ମଧ୍ୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଆମେ ଚାହୁଁଛୁ ଯେ ଭାରତ ତିବ୍ଦତ ପ୍ରସଙ୍ଗରେ ଅଧିକ ସ୍ବର ଉତ୍ତୋଳନ କରୁ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ନାବାଳିକା ବଳାତ୍କାର ହତ୍ୟା ଘଟଣାରେ ଜଣଙ୍କୁ ମୃତ୍ୟୁଦଣ୍ଡ

କୋଲକାତା,୭।୯: ପଶ୍ଚିମବଙ୍ଗର ଏକ ଜିଲା କୋର୍ଟ ଗତ ବର୍ଷ ଦାର୍ଜିଲିଂ ଜିଲାର ମାଟିଗାରାରେ ଜଣେ ନାବାଳିକାକୁ ବଳାତ୍କାର ଓ ହତ୍ୟା ମାମଲାରେ ଜଣେ ବ୍ୟକ୍ତିଙ୍କୁ ଶନିବାର...

ଯଦି ସାହାସ ଅଛି ହରିୟାଣା ଆସ, ଭିନେଶଙ୍କ ବିରୋଧରେ ପ୍ରଚାର କର

ନୂଆଦିଲ୍ଲୀ,୭।୯: କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସ ଦଳରେ ଯୋଗଦେବା ପରଠାରୁ ଭାରତୀୟ ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ...

ଛାରପୋକ, ମଶାଙ୍କୁ ନେଇ ରେଲ ବୋର୍ଡରେ ଆତଙ୍କ, ଆସିଲା ନୂଆ ଆଦେଶ

ନୂଆଦିଲ୍ଲୀ,୭।୯: ବେଡ ବଗ ବା ଛାରପୋକ ଏବଂ ମଶା କାହାର ବି ନିଦକୁ ନଷ୍ଟ କରିପାରନ୍ତି। ସେମାନେ ଟ୍ରେନ ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରନ୍ତି...

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ମୋଦିଙ୍କ ନିମନ୍ତ୍ରଣରେ ଭାରତ ଆସିବେ ୟୁଏଇ କ୍ରାଉନ ପ୍ରିନ୍ସ

ନୂଆଦିଲ୍ଲୀ,୭।୯: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର ‘କ୍ରାଉନ ପ୍ରିନ୍ସ’ ଶେଖ ଖାଲିଦ ବିନ ମହମ୍ମଦ ବିନ ଜାଏଦ ଅଲ ନାହାନ ରବିବାର (୮...

କାଙ୍ଗାଳ ପାକିସ୍ତାନ ହାତରେ ଲାଗିଲା ଏମିତି ଭଣ୍ଡାର, ବଦଳିଯିବ ଭାଗ୍ୟ

ଇସଲାମାବାଦ,୭।୯: ପାକିସ୍ତାନର ଅନାହାର ଏବଂ ଦୁଃଖଦ ଅବସ୍ଥା ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି। ପଡୋଶୀ ଦେଶରେ ପରିସ୍ଥିତି ଏପରି ଯେ ଅନେକ ଲୋକ ଏହାକୁ...

ଆଧାର କାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୭।୯: ଆଧାର କାର୍ଡ ସମ୍ପର୍କରେ ସରକାର ଏକ ନୂଆ ନିୟମ ଜାରି କରିଛନ୍ତି। ଯଦି ଆପଣ ଏକ ନୂଆ ଆଧାର କାର୍ଡ କରିବାକୁ ଚାହୁଁଛନ୍ତି କିମ୍ବା...

ୟୁନେସ-ମୋଦିଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ ଅନୁରୋଧ କଲା ବାଂଲାଦେଶ

ବାଂଲାଦେଶ,୭।୯: ବାଂଲାଦେଶ ଚଳିତ ସପ୍ତାହ ଆରମ୍ଭରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମହମ୍ମଦ ୟୁନୁସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ସାକ୍ଷାତ ପାଇଁ ଏକ ଔପଚାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri