ତିବ୍ବତୀୟ ପିଲାଙ୍କୁ ମାତା-ପିତାଙ୍କଠାରୁ କରାଯାଉନି ଅଲଗା, ଜାତିସଂଘ ରିପୋର୍ଟର ଜବାବ ଦେଲା ଚାଇନା…

ବେଜିଂ,୧୫।୩ : ଜାତିସଂଘର ସ୍ବତନ୍ତ୍ର ରିପୋର୍ଟର ଦାବି କରାଯାଇଛି ଯେ ଚାଇନା ଏକ ଲକ୍ଷ ତିବ୍ବତୀୟ ପିଲାଙ୍କୁ ସେମାନଙ୍କ ପରିବାରଠାରୁ ଅଲଗା କରିଛି। ଧାର୍ମିକ, ସାଂସ୍କୃତିକ ତଥା ଭାଷାଭିତ୍ତିକ ପ୍ରାଧାନ୍ୟ ହାନ ଚାଇନିଜ ସଂସ୍କୃତିରେ ଅନୁକରଣ କରିବାକୁ ସେମାନଙ୍କର ପ୍ରୟାସର ଏକ ଅଂଶ ଭାବରେ ସେମାନଙ୍କୁ ମାତା-ପିତାଙ୍କଠାରୁ ଅଲଗା ବୋର୍ଡିଂ ବିଦ୍ୟାଳୟରେ ସ୍ଥାନାନ୍ତର କରାଯାଇଛି।

ତେବେ ଚାଇନା ଏହାକୁ ଖଣ୍ଡନ କରିଛି। ରାଷ୍ଟ୍ରପତି ଜିନପିଙ୍ଗଙ୍କ ସରକାର ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି। ହାନ ଚାଇନିଜ କିମ୍ବା ହାନ ଲୋକମାନେ ଏକ ପୂର୍ବ ଏସୀୟ ଜାତି ଅଟନ୍ତି।

ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ ଗତ ସପ୍ତାହରେ କହିଛନ୍ତି, ଏହା ସତ୍ୟ ନୁହେଁ। ଚାଇନା ବିଷୟରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଏବଂ ଦେଶର ଭାବମୂର୍ତ୍ତିକୁ ନଷ୍ଟ କରିବା ଏହା ଏକ ଷଡଯନ୍ତ୍ର।

Share