ଧରାପଡିଲା ଚାଇନାର ମିଛ: ଡ୍ରୋନ୍ ନୁହେଁ ବରଂ ଖଚର ସାହାଯ୍ୟରେ ସୀମାକୁ ପଠାଯାଉଛି ବିଭିନ୍ନ ସାମଗ୍ରୀ

ବେଜିଂ,୨୨ ।୧୦: ଚାଇନା ଗଣମାଧ୍ୟମ ଲଗାତାର ଭାବେ ଦାବି କରି ଆସୁଥିଲା ଚାଇନା ସେନା(ପିଏଲ୍‌ଏ)ଖୁବ୍ ଶକ୍ତିଶାଳୀ ଓ ଏମାନଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ନିକଟରେ ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଏହା ପ୍ରକାଶ କରାଯାଇଥିଲା । ଏଥିରେ କୁହାଯାଇଥିଲା କି ଲଦ୍ଦାଖ ସୀମାରେ ମୁତୟନ ଥିବା ଚାଇନା ସେନାଙ୍କ ନିକଟକୁ ଆଧୁନିକ ଡ୍ରୋନ୍ ଯୋଗେ ବିଭିନ୍ନ ସାମଗ୍ରୀ ପଠାଯାଉଛି । ହେଲେ ଏହାର ମାତ୍ର କିଛି ଦିନ ପରେ ଗ୍ଲୋକାଲ ଟାଇମ୍ସ ଏବେ ଏମିତି ଏକ ଫଟୋ ପୋଷ୍ଟ କରିଛି ଯାହା ଏବେ ଚର୍ଚ୍ଚାକୁ ଆସିଛି । ଏଡି ଫଟୋରେ ଦେଖାଯାଇଛି ଚାଇନା ସେନାଙ୍କ ନିକଟରେ ଖଚର ଯୋଗେ ସାମଗ୍ରୀ ଯୋଗଣ ହେଉଛି । ସୂଚନାଯୋଗ୍ୟ, ଭାରତ-ଚାଇନା ସୀମା ବିବାଦ ଉପୁଜିବା ପରଠାରୁ ଲଦ୍ଦାଖ ସୀମାରେ ଚାଇନା ସେନା ମୁତୟନ ରହିଛନ୍ତି । କିଛିଦିନ ତଳେ ଚାଇନା ଗଣମାଧ୍ୟମ ଦାବି କରିଥିଲା କି ଚାଇନା ସେନାଙ୍କ ନିକଟକୁ ଡ୍ରୋନ୍ ଯୋଗେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଉଛି । ହେଲେ ଏବେ ସେହି ଗଣମାଧ୍ୟମ ଦ୍ୱାରା ଜଣାପଡିଛି ଯେ ଚାଇନା ସେନା ଯେତିକି ଆଧୁନିକ ବୋଲି କହୁଛି ଆଦୌ ନୁହେଁ । କାରଣ ଏବେବି ଲଦ୍ଦାଖ ସୀମାରେ ଥିବା ଚାଇନା ସେନାଙ୍କ ନିକଟକୁ ଖଚର ଯୋଗେ ବିଭିନ୍ନ ସାମଗ୍ରୀ ପଠାଯାଉଛି ।

Share