Categories: ଜାତୀୟ

ଜି୨୦ ସମ୍ମିଳନୀରେ ଚାଇନା ପ୍ରତିନିଧିଙ୍କ ଅଂଶଗ୍ରହଣକୁ ତିବ୍ବତୀୟଙ୍କ ବିରୋଧ

ନୂଆଦିଲ୍ଲୀ,୮।୯: ଜି୨୦ ସମ୍ମିଳନୀରେ ଚାଇନା ପ୍ରତିନିଧିଙ୍କ ଅଂଶଗ୍ରହଣକୁ ବିରୋଧ କରାଯାଇଛି। ଶୁକ୍ରବାର ଉତ୍ତର ଦିଲ୍ଲୀର ମଞ୍ଜୁକା ତିଲାଠାରେ ତିବ୍ବତୀୟ ଯୁବ କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

କଡ଼ା ସୁରକ୍ଷା ମଧ୍ୟରେ ତିବ୍ବତୀୟମାନେ ବ୍ୟାନର ଧରି ଚାଇନା ବିରୋଧୀ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀ ମୁହଁ ଏବଂ ଦେହରେ ‘ତିବ୍ବତକୁ ମୁକ୍ତ କର’ ସ୍ଲୋଗାନ ଲେଖିଥିବା ଦେଖିବାକୁ ମିଳିଥିଲା। ଜି୨୦ ଆୟୋଜନକୁ ବିରୋଧ କରୁ ନ ଥିବା ବେଳେ ଚାଇନାର ଅଂଶଗ୍ରହଣକୁ ବିରୋଧ କରାଯାଉଛି ବୋଲି ତିବ୍ବତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଗୋନ୍‌ପୋ ଧୁଣ୍ଡୁପ୍‌ ପ୍ରକାଶ କରିଛନ୍ତି

Share