Categories: ଜାତୀୟ

ଲକ୍‌ଡାଉନରେ ଟିକେଟ୍‌ ବୁକିଂ ଟଙ୍କା ଖୁବ୍‌ଶୀଘ୍ର ହେବ ଫେରସ୍ତ

ନୂଆଦିଲ୍ଲୀ,୮।୪: ଗତ ବର୍ଷ ଲାଗୁ ହୋଇଥିବା ଦେଶବ୍ୟାପୀ ଲକ୍‌ଡାଉନ ସମୟରେ ବୁକ ହୋଇଥିବା ବିମାନ ଟିକେଟ ଫେରସ୍ତରେ ବିଳମ୍ବ ହୋଇଥିବାରୁ ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ବିମାନ କମ୍ପାନୀଗୁଡିକ ମନୋଭାବକୁ ନେଇ ମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି। ତେବେ ଟଙ୍କା ଖୁବ୍‌ଶୀଘ୍ର ଫେରସ୍ତ କରିଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଲକଡାଉନ ସମୟରେ ବାତିଲ ହୋଇଥିବା ଘରୋଇ ବିମାନର ଭଡା ଫେରସ୍ତ ପାଇଁ ୩୧ ମାର୍ଚ୍ଚ ୨୦୨୧ର ସମୟସୀମା ଦିଆଯାଇଥିଲା। ଗତ ବର୍ଷ ଅକ୍ଟୋବରରେ ଜାରି କରାଯାଇଥିବା ଆଦେଶ ମାଧ୍ୟମରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏହି ସମୟସୀମା ସ୍ଥିର କରାଯାଇଥିଲା। କ୍ରେଡିଟ ସେଲ ଫେରସ୍ତ ବିଷୟରେ ସମସ୍ତ ବିମାନ କମ୍ପାନୀଗୁଡିକର ପ୍ରତିନିଧୀଙ୍କ ସହ ମନ୍ତ୍ରଣାଳୟର ସଚିବ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ତେବେ ଟଙ୍କା ତୁରନ୍ତ ଫେରସ୍ତ ପାଇଁ ବିମାନ କମ୍ପାନୀଗୁଡିକୁ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Share