Categories: ଜାତୀୟ

ଖରାପ ପ୍ରଦର୍ଶନ କରିଥିବା ବିଧାୟକଙ୍କ ଟିକଟ କଟିବ, ନଡ୍ଡା ଦେଲେ ସଙ୍କେତ…

ଆଗ୍ରା,୯।୮: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବେ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏନେଇ ଭାଜପା କର୍ମୀମାନଙ୍କୁ ନଡ୍ଡା ଭଲ ପ୍ରଦର୍ଶନ ନ କଲେ ଟିକଟ କଟିବ ବୋଲି ସଙ୍କେତ ଦେଇଛନ୍ତି। ପ୍ରଦର୍ଶନରେ ସୁଧାର କର ନଚେତ ଟିକଟ କଟିବା ଲାଗି ପ୍ରସ୍ତୁତ ରୁହ ବୋଲି ସାଂଗଠିକ ବୈଠକରେ ନଡ୍ଡା ରୋକଠୋକ୍‌ କହିଛନ୍ତି। ୨୦୨୨ ବିଧାନସଭା ନିର୍ବାଚନରେ ନୂଆ କର୍ମୀଙ୍କୁ ସୁଯୋଗ ଦିଆଯିବ ବୋଲି ନଡ୍ଡା ଚେତାବନୀ ଦେଇଛନ୍ତି। ବୈଠକରେ ଉପସ୍ଥିତ ଥିବା ମୁଖ୍ୟନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳର ଉଚ୍ଚ ପଦାଧିକାରୀ ଏବଂ କର୍ମୀଙ୍କୁ ଶ୍ରେଷ୍ଠତମ ପ୍ରସ୍ତୁତି କରିବା ଲାଗି କହିଛନ୍ତି। ଏକଜୁଟ ହୋଇ ଲଢ଼େଇ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

Share