ଟିକେଟ୍‌ ଫାଇନାଲ! କନ୍ଧମାଳରୁ ସିଦ୍ଧାନ୍ତ, କଟକରୁ…

ଭୁବନେଶ୍ୱର,୨୯।୩: ମୁଣ୍ଡ ଉପରେ ନିର୍ବାଚନ। ମେଣ୍ଟ ଅଙ୍କକଷା ଫେଲ୍‌ ମାରିଥିବାବେଳେ ଏବେ ଏକାକୀ ଲଢିବା ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ଦୁଇ ଦଳ। ଓଡ଼ିଶାର ଗୋଟିଏ ଗୋଟିଏ ଜିଲାରେ ହେଭଓ୍ବେଟ ଏମପିଙ୍କୁ ଟିକେଟ୍‌ ଦେଇଛି ଭାଜପା । ଯେପରି ଜଣେ କେହି ବି ଫେଲ୍‌ ମାରିବେନି। ଦେଖି ଚାହିଁ ହାତେ ମାପି ଚାଖେଣ୍ଡେ ରଖି ଗୋଟି ଚାଳନା କରିଛି। ଭାଜପାର ଲୋକ ସଭା ପ୍ରାର୍ଥୀ ତାଲିକା ଦେଖିଲେ ଯେ କେହି ବି କହିଦେବ ଦଳ ରିସ୍କ ନେବାକୁ ଚାହିନି। ଗତକାଲି ଅର୍ଥାତ୍‌ ଗୁରୁବାର ବିଜେଡିର ବହୁ ତୁଙ୍ଗନେତା ଯଥାକ୍ରମେ ରାଜନେତା, ଅଭିନେତା ଓ ପଦ୍ମଶ୍ରୀ ସମ୍ମାନିତା ପଦ୍ମ ଧରିଛନ୍ତି । ଏହି ବଡ଼ ନେତାଙ୍କୁ ଭାଜପା କେଉଁଠି ଟିକେଟ୍‌ ଦେବ ସେ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି।

ତେବେ ଭାଜପାର ପୂର୍ବ ତାଲିକାରେ ବହୁ ତୁଙ୍ଗ ନେତାଙ୍କ ଟିକେଟ୍‌ କଟିଥିବାବେଳେ ଘୋଷଣା ହେବାକୁ ଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ କାହାର ଟିକେଟ୍‌ କଟିବ ଏନେଇ ପ୍ରାର୍ଥୀଙ୍କ ଛାତିରେ ଛନକା ପଶିଛି। କାହାକୁ ଟିକେଟ୍‌ ଦିଆଯିବ ଆଉ କାହାର କଟିବ ଏନେଇ ଶୀର୍ଷନେତା ତର୍ଜମା କରୁଛନ୍ତ। ନିକଟରେ ଯୋଗ ନେଇଥିବା ହେଭିଓ୍ବେଟ ନେତାଙ୍କୁ କେଉଁଠି ଟିକେଟ୍‌ ଦିଆଯିବ, କାହାର ବିଜୟ ସମ୍ଭାବନା ଅଧିକ ଏଭଳି ବିଭିନ୍ନ ଦିଗକୁ ନେଇ ଆଲୋଚନା ଚାଲିଛି ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଲୋକ ସଭା ନିର୍ବାଚନ ଜିତିବା ପାଇଁ ଭାଜପା ଧୀରେଧୀରେ ବଳ ଗୋଟାଉଛି। ଭାଜପାରି ଶକ୍ତି ବଢୁଛି । ଜଣେ ପରେ ଜଣେ ତୁଙ୍ଗ ରାଜନେତା ପଦ୍ମ ଧରୁଛନ୍ତି । ଟପ୍‌ ଲିଡର ଭର୍ତ୍ତୃହରି ମହତାବ ଭାଜପାରେ ମିଶିବା ପରେ ତାଙ୍କୁ କଟକ ଲୋକ ସଭା ଆସନରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଭର୍ତ୍ତୃହରିଙ୍କ ସହ ଭାଜପାରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦୟମନ୍ତୀ ବେଶ୍ରାଙ୍କୁ ମଧ୍ୟ ଭାଜପା ଟିକେଟ ଦେଇପାରେ ବୋଲି କୁହାଯାଉଛି । କନ୍ଧମାଳ ଲୋକସଭା ଆସନରୁ ସିଦ୍ଧାନ୍ତ ଓ ମୟୂରଭଞ୍ଜର ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ଦମୟନ୍ତୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦିଲ୍ଲୀ ଯାଇ ଭାଜପାରେ ମିଶିବା ପରେ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କ ଅଗାମୀ ନିର୍ବାଚନୀ ରଣନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି, କଟକ ଲୋକ ସଭା ଆସନରୁ ଭାଜପାର ପ୍ରାର୍ଥୀ ହୋଇପାରନ୍ତି ଭର୍ତ୍ତୃହରି । ୧୯୯୮ରୁ ଲଗାତର ଛଅ ଛଅ ଥର ଜିତି ଆସିଥିବା ଭର୍ତ୍ତୃହରିଙ୍କୁ ବିଜେଡିର ସଂତୃପ୍ତ ମିଶ୍ରଙ୍କ ବିରୋଧରେ ପ୍ରାର୍ଥୀ କରି ବିଜୟୀ ହେବାକୁ ପ୍ଲାନ କରିଛି ଭାଜପା ।
୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ଲୋକ ସଭା ଆସନରୁ ବିଜେଡି ଟିକେଟରୁ ଲଢ଼ି ବିଜୟୀ ହୋଇଥିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର । ଏଥର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଭାଜପା ଟିକେଟ ଦେଇଥିବାରୁ ସିଦ୍ଧାନ୍ତଙ୍କୁ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି । ଆଉ ଯଦି ବ୍ରହ୍ମପୁର ନ ହୁଏ, ତା’ହେଲେ କନ୍ଧମାଳ ଲୋକସଭା ଆସନରୁ ସିଦ୍ଧାନ୍ତଙ୍କୁ ଛିଡ଼ା କରିପାରେ ଭାଜପା । ଯେଉଁଥିରେ ଅଚ୍ୟୁତ ସାମନ୍ତଙ୍କୁ ଟିକେଟ୍‌ ଦେଇଛି ବିଜେଡି।

ସେହିପରି ବିଶିଷ୍ଟ ସାନ୍ତାଳି ଲେଖିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ପୁସ୍ତକ ଲେଖୁଛନ୍ତି । ଆଉ ସେ ଆଦିବାସୀ ଚେହେରା ହୋଇଥିବାରୁ ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁର ବିଧାନସଭା କ୍ଷେତ୍ରରୁ ଦମୟନ୍ତୀଙ୍କୁ ପ୍ରାର୍ଥୀ କରିବା ପାଇଁ ଭାଜପା ଚିନ୍ତା କରୁଥିବାଅନୁମାନ କରାଯାଉଛି । ଭାଜପା ୧୮ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଉ ୩ ଟି ଆସନ ବାକି ରହିଛି । ଯାହା ଭିତରୁ ଭର୍ତ୍ତୃହରି ଓ ସିଦ୍ଧାନ୍ତଙ୍କ ରହିପାରେ ବୋଲି କୁହାଯାଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri