ଦିନ ୧୦ରୁ ଟିକେଟ ଶେଷ

ଭୁବନେଶ୍ୱର,୧୯।୨(ଶର୍ମିଷ୍ଠା ପାଣିଗ୍ରାହୀ):ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ଅବସରରେ ରବିବାରଠୁ ଖଣ୍ଡିଗିରି ଯାତ୍ରା ମହାସମର ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦର୍ଶକଙ୍କୁ ଆକର୍ଷିତ କରୁଥିବା ଭଳି ନାଟକ ଥିବାରୁ ଭିଡ଼ ଢେର ଦେଖିବାକୁ ମିଳିଛି। ଏମିତିକି ଦିନ ୧୦ଟାରୁ ସାଧାରଣ ବର୍ଗ ଟିକେଟ ସରିଯାଇଥିଲା। ହେଲେ ବି ଟିକେଟ କାଉଣ୍ଟରରେ କାହିଁରେ କେତେ ଭିଡ଼ ଲାଗି ରହିଥିଲା। ଅଗ୍ରିମ ଟିକେଟ ବୁକ୍‌ ପାଇଁ ଲାଇନ ଲାଗିଥିଲା। ରବିବାର ୫ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ହୋଇଥିବାବେଳେ ସବୁତକ ନାଟକ ଦର୍ଶକଙ୍କୁ ଏକ ଆବେଗରେ ବାନ୍ଧି ରଖିଥିଲା। ଶୀର୍ଷକରୁ ହିଁ ନାଟକଗୁଡ଼ିକ ଆଖି ଭିଜାଇବ ବୋଲି କୁହାଯାଉଥିବାବେଳେ ତାହା ହିଁ ଦେଖିବାକୁ ମିଳିଥିଲା।
ଦୈତାରିଙ୍କ ଭୁଲ୍‌କୁ ବାଃ ବାଃ
ସନାତନ ସେବା ସମିତି (ଖଣ୍ଡଗିରି-ଘାଟିକିଆ) ପେଣ୍ଡାଲରେ କୋଣାର୍କ ଗଣନାଟ୍ୟ ‘ସେଇ ଗୋଟିଏ ଭୁଲ ପାଇଁ’ ଭଳି ନାଟକ ଦର୍ଶକଙ୍କୁ ଭେଟି ଦେଇଛି। ନାୟକ ଭୂମିକାରେ ସୁବାସ, ଜିତୁ, ମୁନା, ରତି ନାୟକ ଓ ନାୟିକା ଭାବେ ଶିବାନୀଙ୍କୁ ଦର୍ଶକମାନେ ଦେଖିବାକୁ ପାଇବେ। ଖଳନାୟକ ଭୂମିକାରେ ଦୈତାରି ପଣ୍ଡାଙ୍କ ଅଭିନୟ ଦର୍ଶକ ଦେଖିବାକୁ ପାଇଥିଲେ। ଦୈତାରିଙ୍କ ଭୁଲ୍‌ ସମଗ୍ର ନାଟକକୁ ଭିନ୍ନ ମୋଡ଼ ଦେଇଥିଲା, ଯାହାକୁ ଦେଖି ଦର୍ଶକ ବାଃ ବାଃ କରିଥିଲେ।
ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା
ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ଓଡ଼ିଶାର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ଗୌରୀ ଗଣନାଟ୍ୟ ଯାତ୍ରା ମହାସମରକୁ ଓହ୍ଲାଇଥିଲା । ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଘଟଣାକୁ ନେଇ ପ୍ରସ୍ତୁତ’ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା’ ନାଟକ ଦର୍ଶକମାନଙ୍କୁ ଏକ ନିଆରା ଅନୁଭବ ଆଣି ଦେଇଥିଲା। ଏକ ପ୍ରକାର ଏହି ନାଟକକୁ ନେଇ ଲୋକେ ଅଧିକ ଉତ୍ସାହିତ ଥିଲେ। ଚର୍ଚ୍ଚିତ କଳାକାର ରାଣୀ ପଣ୍ଡାଙ୍କ କାହାଣୀକୁ ବେଶ୍‌ ସୁନ୍ଦର ଭାବେ ଦର୍ଶକଙ୍କ ପାଖରେ ଉପସ୍ଥାପନ କରାଯାଇଥିଲା। ସେ ନାଟକର ନାୟିକା ଭୂମିକାରେ ଥିବା ବେଳେ ନାୟକ ରୂପରେ ମାନସ ପଣ୍ଡା ଓ ଖଳନାୟକ ରଞ୍ଜିତ ପାତ୍ରଙ୍କୁ ଦେଖିବାକୁ ମିଳିଥିଲା ।
କାନ୍ଦେନାରେ ବାଇଆ ମନ
ଇନ୍ଦିରା ସାଂସ୍କୃତିକ ପରିଷଦ (ଖଣ୍ଡଗିରି-ଜାଗମରା)ରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ‘କାନ୍ଦେନାରେ ବାଇଆ ମନ’ ନାଟକକୁ ନେଇ ମଇଦାନକୁ ଓହ୍ଲାଇଥିଲା। ଏହି ନାଟକରେ ସୁରେଶ ପଣ୍ଡା ମୁଖ୍ୟ ନାୟକ ଓ ଭାବନାଙ୍କୁ ନାୟିକା ଭୂମିକାରେ ଦର୍ଶକ ଦେଖିବାକୁ ପାଇଥିଲେ।
ଦେବଦାସୀ ହେବି ତୋରି ପାଇଁ
ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ (ଆଇଗିଣିଆ-ଡୁମୁଡୁମା) ମଞ୍ଚରେ ଅପେରା ସାଇ ସମ୍ରାଟ ‘ଦେବଦାସୀ ହେବି ତୋରି ପାଇଁ’ ନାଟକକୁ ନେଇ ଯାତ୍ରା ମଇଦାନକୁ ଆସିଥିଲା। ଶଙ୍ଖାଳି-ସତ୍ୟ-ବୁଲ୍‌ବୁଲ୍‌ ହିରୋ ଏବଂ ଟିକିନା-ଟିକିଲି-ତମସା ହିରୋଇନ ଭୁମିକାରେ ଅବିନୟ କରିଥିବା ବେଳେ ଖଳନାୟକ ଭୂମିକାରେ ରବି ବ୍ରହ୍ମାଙ୍କ ଅଭିନୟ ଦେଖିବାକୁ ମିଳିଥିଲା।
କାନ୍ଦେନାରେ ଲୁହ ସରିଯିବ
ମା ମଙ୍ଗଳା ଯୁବ ପରିଷଦ ମଞ୍ଚରେ ମା ଦୁର୍ଗା ମନ୍ଦିର ’କାନ୍ଦେନାରେ ଲୁହ ସରିଯିବ’କୁ ନେଇ ଦର୍ଶକଙ୍କ ପାଖେ ପହଞ୍ଚିଥିଲା। ନାୟକ ଓ ନାୟିକା ଭୂମିକାରେ ରୁଦ୍ର, ହୃଷି ଓ ମାମାଙ୍କ ଅଭିନୟ ଦେଖିବାକୁ ମିଳିଥିଲେ। ଖଳନାୟକ ଲକ୍ଷ୍ମୀଧରଙ୍କ ଅଭିନୟ ଦର୍ଶକଙ୍କ ମନ ମୋହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri