ଥରିଲା ଆମେରିକା: ୭.୫ ତୀବ୍ରତାର ଭୂକମ୍ପ ସହ ଆସିଲା ସୁନାମୀ

ଆଲାସ୍କା,୨୦ ।୧: ଆମେରିକାର ଆଲାସ୍କାରେ ସୋମବାର ଏକ ବଡ ଧରଣର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୭.୫ । ଫଳରେ ସେଠାକାର ଘରଦ୍ୱାରା ଦୋହଲି ଯିବା ସହ ପାଣିପାଗ ବିଭାଗ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି । ମିଳିଥିବା ସୂଚନା ମୁତାବକ ଭୂକମ୍ପର କେନ୍ଦ୍ରସ୍ଥଳ ୯୦୦ ଜନସଂଖ୍ୟା ବିଶିଷ୍ଟ ସହର ରେଂଡ ପ୍ୱାଇଟ ନିକଟରେ ଥିଲା । ଭୁକମ୍ପ ପରେ ଏହି ଅଞ୍ଚଳରେ ୨ ଫୁଟ ଉଚ୍ଚର ଜୁଆର ଆସିଥିଲା । ତେଣୁ ରାଷ୍ଟ୍ରୀୟ ସୁନାମୀ ଚେତାବନି କେନ୍ଦ୍ର ପକ୍ଷରୁ ଏହି ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି । ଗୋଟିଏ ପଟେ କରୋନାରେ ଆଉଟୁ ପାଉଟୁ ହେଉଥିବା ଆମେରିକା ଏବେ ପୁଣି ଏକ ସୁନାମିକୁ ସାମ୍ନା କରିବାକୁ ଯାଉଛି ବୋଲି କୁହାଯାଉଛି ।

Share