ଯବାନଙ୍କ ହାତରେ ରାଖୀ ବାନ୍ଧିଲେ ବିଭିନ୍ନ ଅନୁଷ୍ଠାନର ସଦସ୍ୟ

ମାଲକାନଗିରି,୩୦ା୮(ନୃସିଂହ ଚରଣ ମହାନ୍ତି): ଭଉଣୀ ହାତରୁ ରାଖୀ ବାନ୍ଧିବା ପାଇଁ ଆଜି ଦିନରେ ଭାଇ ଚାହିଁ ରହିଥାନ୍ତି। କିନ୍ତୁ ଦେଶ ମାତୃକାକୁ ସୁରକ୍ଷା ଦେବାକୁ ଯେଉଁ ଯବାନ ଭାଇ କର୍ତ୍ତବ୍ୟରତ ସେହି ଯବାନଙ୍କ ଭଉଣୀ ଭାଇଙ୍କୁ ଅନାଇ ଲୁହ ଗଡ଼ାଉଥିବା ବେଳେ ଏଠାରେ ଯବାନମାନେ ଭଉଣୀଙ୍କୁ ବହୁତ ମନେ ପକାନ୍ତି। ଏହି ଯବାନମାନଙ୍କୁ ଆଜି ମାଲକାନଗିରିର ବିଭିନ୍ନ ଅନୁଷ୍ଠାନ ତଥା ଡ୍ରିମ୍‌ ଡ୍ୟାନ୍ସ ଏକାଡେମୀ, ଓଁ ଶାନ୍ତି, ମାଟିଲଗ୍ନା ସାହିତ୍ୟ ସଂସଦ ଭଳି ବିଭିନ୍ନ ଅନୁଷ୍ଠାନର କୁନି କୁନି ପିଲା ଓ ଭଉଣୀମାନେ ମାଲକାନଗିରି ସଦର ମହକୁମାରେ ଥିବା ବିଏସ୍‌ଏଫ୍‌ କ୍ୟାମ୍ପ ମୁଖ୍ୟ କାର୍ଯ୍ୟାଳୟର ସେକେଣ୍ଡ ବାଟାଲିଆନକୁ ଯାଇଥିଲେ। ସେଠାରେ ଯବାନମାନଙ୍କ ତରଫରୁ ଅତି ସୁନ୍ଦର ଭାବରେ ସାଜସଜ୍ଜା କରି ସମସ୍ତଙ୍କୁ ପାଛୋଟି ନେଇ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ହୋଇଥିଲା। ଯବାନମାନଙ୍କୁ ସମସ୍ତେ ରାଖୀ ବାନ୍ଧିଥିଲେ। ଯବାନମାନେ ଆଜି ରାଖୀ ବାନ୍ଧି ଖୁସି ଜାହିର କରିଥିଲେ। ରାଖୀ ବାନ୍ଧିବାକୁ ଆସିଥିବା ସମସ୍ତ ଭଉଣୀଙ୍କୁ ଯବାନମାନେ ମିଠା ଖୁଆଇଥିଲେ।