ଏହି କାରଣରୁ ଫିଲ୍ମ ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଇଲା ଓମାନ, କତାର

ମୁମ୍ବାଇ,୯।୧୧: ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟାଇଗର-୩’ ଦୀପାବଳି ଅର୍ଥାତ୍‌ ଆସନ୍ତା ନଭେମ୍ବର ୧୨ରେ ପ୍ରେକ୍ଷାଳୟକୁ ଆସୁଛି। ଏଥିରେ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ତେବେ ଫିଲ୍ମ ରିଲିଜ୍‌ ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଓମାନ ଏବଂ କତାରରେ ଆକ୍ସନ ଥ୍ରୀଲର ଫିଲ୍ମ ‘ଟାଇଗର-୩’ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ଜଣାଯାଇଛି।

ଅକ୍ଷୟ କୁମାରଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ କୁଏତ ଏବଂ ଓମାନରେ ପ୍ରତିବନ୍ଧକର ସମ୍ମୁଖୀନ ହେବା ପରେ ଏବେ ସଲମାନ ଖାନଙ୍କ ଆକ୍ସନ ଥ୍ରୀଲର ‘ଟାଇଗର-୩’କୁ ମଧ୍ୟ ବ୍ୟାନ୍‌ କରାଯାଇଥିବା ଜଣାଯାଇଛି। ଏହି ପ୍ରତିବନ୍ଧକର କାରଣ ହେଉଛି ଇସଲାମିକ ଦେଶ ଏବଂ ଚରିତ୍ରମାନଙ୍କୁ ନକାରାତ୍ମକ ଭାବେ ଚିତ୍ରଣ କରାଯାଇଥିବା ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ରର ଦୃଶ୍ୟ ତୁର୍କୀ,ରୁଷିଆ ଏବଂ ଅଷ୍ଟ୍ରିଆରେ ଶୁଟିଂ ହୋଇଛି। ଖବର ମୁତାବକ ଏହି ଚଳଚ୍ଚିତ୍ରଟି କେତେକ ଇସଲାମୀୟ ଦେଶ ଏବଂ ଚରିତ୍ରକୁ ଏକ ପ୍ରତିକୂଳ ଢଙ୍ଗରେ ଚିତ୍ରିତ କରିଛି, ଯାହାଦ୍ୱାରା କୁଏତ, ଓମାନ ଏବଂ କତାରରେ ଏହାକୁ ନିଷେଧ କରାଯାଇଛି।

Share