Tiger 3 FIRST Review: ରିଲିଜ ହେଲା ଟାଇଗର-୩, ପ୍ରଶଂସକ କହିଲେ ଫିଲ୍ମ ବ୍ଲକବଷ୍ଟର

ମୁମ୍ବାଇ: ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଟାଇଗର-୩। ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି। ୟଶରାଜ ସ୍ପାଏ ୟୁନିଭର୍ସର ଏହା ପଞ୍ଚମ ଫିଲ୍ମ ଯେଉଁଥିରେ ଇମ୍ରାନ ହାସମୀ ଖଳନାୟକ ଭୂମିକାରେ ନଜର ଆସିଛନ୍ତି।

ଫିଲ୍ମର ପ୍ରଥମ ଶୋ’ ଦେଖି ପ୍ରଶଂସକମାନେ ଟାଇଗର-୩ ର ପ୍ରାରମ୍ଭିକ ସମୀକ୍ଷା ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏହାକୁ ଏକ ବ୍ଲକବଷ୍ଟର ଘୋଷଣା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ୱାନୱର୍ଡ ରିଭ୍ୟୁ ଟାଇଗର ୩ ବ୍ଲକବଷ୍ଟର। ଏହା ସହିତ ଫିଲ୍ମକୁ ୫ରୁ ୪ ପଏଣ୍ଟ ଦେଇଛନ୍ତି।

ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ଟାଇଗର ୩ ରିଭ୍ୟୁ – ଇଣ୍ଟରଭାଲ୍ ବ୍ଲକବଷ୍ଟର, ଅନେକ ଆକ୍ସନ୍, ଅନେକ ଟ୍ୱିଷ୍ଟ୍ ଏବଂ ଟର୍ନ୍, ସରପ୍ରାଇଜ୍, ଦେଶପ୍ରେମୀ, ଇମୋସନ୍, ସମସ୍ତ ସଲମାନଙ୍କ ଏଣ୍ଟ୍ରି ଏବଂ ଚଳଚ୍ଚିତ୍ର ଇଣ୍ଟରଭାଲ୍ ବ୍ଲକ୍, ସଲମାନ୍ ଖାନଙ୍କର ଅଭିନୟ ମଧ୍ୟ ବହୁତ ଭଲ ହୋଇଛି।

 

Share