ଜୋୟା ଭୂମିକାରେ କ୍ୟାଟ୍ରିନା

ମୁମ୍ବାଇ: ସଲମାନ ଖାଁ ଏବଂ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ଟାଇଗର ୩କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମ ଦୀପାବଳି ଅବସରରେ ରିଲିଜ ହେବାକୁ ଯାଉଛି। ଟାଇଗର ୩ର ଟ୍ରେଲର ମଧ୍ୟ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଟ୍ରେଲର ରିଲିଜ ହେବା ପୂର୍ବରୁ ନିର୍ମାତାମାନେ କ୍ୟାଟ୍ରିନାଙ୍କ ଲୁକ ଶେୟାର କରିଛନ୍ତି। କ୍ୟାଟ୍ରିନାଙ୍କ ଲୁକ ବହୁତ ଚମତ୍କାର ହୋଇଛି। ଏହା ଦେଖି ପ୍ରଶଂସକଙ୍କର ଫିଲ୍ମକୁ ନେଇ ଏକ୍ସାଇଟମେଣ୍ଟ ବଢିଯାଇଛି।

ସଲମାନ ଖାଁ ସୋସିଆଲ ମିଡିଆରେ କ୍ୟାଟ୍ରିନାଙ୍କ ଲୁକ ଶେୟାର କରିଛନ୍ତି। ଯେଉଁଥିରେ ସେ ଗୋଟିଏ ହାତରେ ବନ୍ଧୁକ ଧରି ଗୁଳି ଚଳାଇଥିବାର ନଜର ଆସିଛନ୍ତି। ସେ ଅନ୍ୟ ହାତରେ ଦଉଡି ଧରିଛନ୍ତି। କ୍ୟାଟ୍ରିନାଙ୍କ ଏହି ଲୁକ ଚମତ୍କାର ରହିଛି।
କ୍ୟାଟ୍ରିନାଙ୍କ ଲୁକ ପୋଷ୍ଟର ଶେୟାର କରିବାବେଳେ ସଲମାନ ଲେଖିଥିଲେ- ଜୋୟା। ୧୬ ଅକ୍ଟୋବରରେ ଟାଇଗର ୩ଟ୍ରେଲର ଆସୁଛି। ଟାଇଗର ୩ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ଦିୱାଲୀରେ ମୁକ୍ତିଲାଭ କରିବ।

Share