ଆସନ୍ତା ବର୍ଷ ଇଦ୍‌ରେ ରିଲିଜ୍‌ ହେବ ‘ଟାଇଗର ୩’

ମୁମ୍ବାଇ: ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ର ରିଲିଜ୍‌ ତାରିଖକୁ ଅପେକ୍ଷାର ସହ ରହିଛନ୍ତି ଦର୍ଶକ। ଏହି ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୌଫ ନଜର ଆସିବେ। ଅନେକ ଦିନ ପରେ ଏହି ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ। ତେବେ ଏହି ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୩ ଇଦ୍‌ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବାକୁ ଯାଉଛି। ସଲମାନ ଫିଲ୍ମର ପ୍ରଥମ ଟିଜର ଶେୟାର କରିଛନ୍ତି । ଫିଲ୍ମଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବା ନେଇ ଜଣାପଡିଛି।

Share