‘ଟାଇଗର-୩’ପାଇଁ ଡବିଂ କରୁଛନ୍ତି ସଲମାନ, ଫିଲ୍ମର ଭିପିଏକ୍ସ ଉପରେ ମଧ୍ୟ କାମ ଆରମ୍ଭ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଭାବରେ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। କେତେବେଳେ ଏହି ଚଳଚ୍ଚିତ୍ର ସହ ଜଡିତ ଭିଡିଓ ସାମ୍ନାକୁ ଆସେ, ତ କେତେବେଳେ ଶୁଟିଂ ଖବର ଆସେ ଏବଂ ଆଉ କେତେବେଳେ ସଲମାନ ଖାନଙ୍କ ଷ୍ଟଣ୍ଟ କରୁଥିବା ଫଟୋ ଭାଇରାଲ ହୁଏ । ଏବେ ଖବର ଆସୁଛି ଯେ ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ପାଇଁ ପୋଷ୍ଟ ପ୍ରଡକ୍ସନ କାମ ଆରମ୍ଭ ହୋଇଛି।

ସଲମାନଙ୍କ ‘ଟାଇଗର-୩’ ବଡ଼ ବଜେଟରେ ପ୍ରସ୍ତୁତ ହୋଇଛି ଏବଂ ଏଥିରୁ ଭଲ ରୋଜଗାର କରିବା ନିର୍ମାତାଙ୍କ ଉଦ୍ଦେଶ୍ୟ। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଦିୱାଲୀରେ ମୁକ୍ତିଲାଭ କରିବାକୁ ଯାଉଛି। ଖବର ଅନୁଯାୟୀ, ‘ଟାଇଗର’ର ପ୍ରଥମ କଟ ଚୂଡାନ୍ତ ହୋଇଛି ଏବଂ ଏହାର ଭିଏଫଏକ୍ସ କାମ ଆରମ୍ଭ ହୋଇଛି। ଏହି ସମୟରେ ସଲମାନ ଖାନ ନିଜର ଡବିଂ ଆରମ୍ଭ କରିଛନ୍ତି ଏବଂ କ୍ୟାଟ୍ରିନା ଖୁବ୍‌ଶୀଘ୍ର ତାଙ୍କ ସହ ଯୋଗଦେବେ ବୋଲି ଆଶା କରାଯାଉଛି।

Share