କୋକସରା,୧୫।୧: କିଛିଦିନ ତଳେ ଆମପାଣି ଘାଟିରେ କଲରାପତରିଆ ବାଘ ବୁଲୁୁଥିବା କିଛି ଯୁବକ ଦେଖିବାକୁ ପାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହେଲେ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ କରି ନ ଥିଲା ବନ ବିଭାଗ। ଗୁରୁବାର ରାତିରେ ଆମପାଣି ଥାନା ପରିସରରେ ୨ଟି ବାଘ ଛୁଆ ବୁଲୁଥିବା ସିସି ଟିଭିରେ ଦେଖିବାକୁ ମିଳିଛି। ଦୁଇ ଛୁଆ ବାଘଙ୍କ ସହିତ ତାଙ୍କ ମା’ ଥିବା ଅନୁମାନ କରାଯାଉଛି। ଏ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଖବର ପାଇ ବନ ବିଭାଗର ଏକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ସମ୍ପର୍କରେ ଆମପାଣି ଥାନା ଅଧିକାରୀଣୀ ପୁଷ୍ପାଞ୍ଜଳି ନିଙ୍ଗିଙ୍କୁ ପଚାରିବାରୁ ଘଟଣାକୁ ସ୍ବୀକାର କରିଛନ୍ତି। ତେବେ ସିସି ଟିଭି ଫୁଟେଜରୁ କିଛି ସ୍ପଷ୍ଟ ସୂଚନା ମିଳୁ ନ ଥିବାରୁ ପାଦ ଚିହ୍ନକୁ ଭିତ୍ତି କରି ତଦନ୍ତ ଚାଳିଛି ବୋଲି ଆମପାଣି ବନପାଳ ଜଗନ୍ନାଥ ନାଗ କହିଛନ୍ତି।

Share