Categories: ଫୁରସତ

ବାଘ-ଭାଲୁ ମୁହାଁମୁହିଁ, ଭିଡିଓ ଦେଖିଲେ…

ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଜଙ୍ଗଲରେ ପଶୁମାନଙ୍କର ଅନନ୍ୟ ଶୈଳୀ ତଥା ମଜା, ମସ୍ତି, ରାଗ ଦେଖିବାକୁ ଲୋକମାନେ ଅଧିକ ପସନ୍ଦ କରିଥାନ୍ତି।

ଇନ୍‌ଷ୍ଟାଗ୍ରାମ୍‌ ଓ୍ବାଇଲ୍ଡ ଲାଇଫ୍‌ ଷ୍ଟୋରୀରେ ଶେୟାର ହୋଇଥିବା ଏକ ଭିଡିଓରେ ଭାଲୁ ଏବଂ ବାଘ ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ବାଘଟି ଭାଲୁକୁ ଦେଖି ଭୟଭୀତ ହୋଇ ଜଙ୍ଗଲକୁ ପଳାଉଛି।

ଏହି ଭିଡିଓଟି ଏକ ଜଙ୍ଗଲରେ ଶୁଟିଂ କରାଯାଇଛି। ଯେଉଁଠାରେ ଦୁଇଜଣ ଭୟଙ୍କର ବଣୁଆ ଶିକାରୀଙ୍କୁ ମୁହାଁମୁହିଁ ଦେଖିବାକୁ ମିଳିଛି। ଭାଲୁ ଏବଂ ବାଘ ମୁହାଁମୁହିଁ ହୋଇଛନ୍ତି। ଏହି ଭିଡିଓ ଦେଖିବା ପରେ ଯିଏ ବି ହେଉନା କାହିଁକି ଭାବିବ ବୋଧେ ଜବରତଦସ୍ତ ଲଢ଼େଇ ହେବ। ମାତ୍ର ସେମିତି କିଛି ହେଉନାହିଁ। ଭାଲୁ ବାଘ ଉପରେ ଆକ୍ରମଣ କରିବାକୁ ଦୌଡ଼ି ଆସୁଛି। କିନ୍ତୁ ବାଘଟି ଭୟଭୀତ ହୋଇ ଜଙ୍ଗଲକୁ ପଳାଉଛି।

ଏହା ଦେଖି ଲୋକେ ବାଘକୁ ଅଳସୁଆ ବୋଲି କହିଛନ୍ତି। ବାଘ ଏକ ଭୟଙ୍କର ଏବଂ ଦ୍ରୁତଗତିଶୀଳ ପ୍ରାଣୀ। ଥରେ ସେ ଯାହାକୁ ଟାର୍ଗେଟ କରେ ସେ ଶିକାର ନ କରି ଛାଡ଼େ ନାହିଁ। ମାତ୍ର ଏହି ଭିଡିଓରେ ଭାଲୁକୁ ଦେଖି ବାଘ ଜଙ୍ଗଲକୁ ଫେରିଯାଉଛି। ଯାହା ଲୋକଙ୍କୁ ଆଶ୍ଚଯର୍ର୍‌ୟ କରିଛି।

 

Share