ଭବାନୀପାଟଣା,୧୦ା୭(ଡି.ଏନ୍.ଏ.): କଳାହାଣ୍ଡି ଓ୍ବାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ଚଢ଼ାଉ କରିଛି। ଏହି ଚଢ଼ାଉରେ ୪ ବାଘ ଛାଲ ଜବତ ହେବା ସହ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଟିମ୍ ଦକ୍ଷିଣ ବନଖଣ୍ଡ ଶଗଡ଼ା ଅଞ୍ଚଳରୁ ୩ ଚିତାବାଘ ଛାଲ ସହ ୧ ମହାବାଳ ବାଘ ଛାଲ ଜବତ କରିଛି। କ୍ରାଇମ ବୋର୍ଡ ଅଧିକାରୀ ବିପିନ ଚୈଧୁରୀଙ୍କ ନେତୃତ୍ୱରେ ଗରିଆବନ୍ଧ,ନୂଆପଡ଼ା ଓ କଳାହାଣ୍ଡିର ବନ ଅଧିକାରୀ ସାମିଲ ରହିଛନ୍ତି। ଟିମ୍ ବେପାରୀ ପରିଚୟ ଦେଇ ଅନ୍ତତଃ ରାଜ୍ୟ ବନ୍ୟଜନ୍ତୁ ସାମଗ୍ରୀ ଚୋରାଚାଲାଣକାରୀ ଦଳର ପର୍ଦ୍ଦାଫାଶ କରିଛି। ଏହି ରାକେଟ ଓଡ଼ିଶା, ଛତିଶଗଡ, ପଶ୍ଚିମବଙ୍ଗରେ ସକ୍ରିୟ ରହିଥିଲେ।