ନୂଆଦିଲ୍ଲୀ,୪।୩ : ଦେଶରେ ବାଘଙ୍କ ମୃତ୍ୟୁ ଘଟଣାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡିଛନ୍ତି। ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରତ୍ନାଙ୍କ ଏକ ବେଞ୍ଚ ବାଘଙ୍କ ମୃତ୍ୟୁର ଖବରକାଗଜ ରିପୋର୍ଟ ଉପରେ ଧ୍ୟାନ ଦେବା ପରେ ଏନେଇ ଆବଶ୍ୟକ ସୂଚନା ମାଗିଛନ୍ତି।
୨୦୧୭ ରେ ଆଡଭୋକେଟ ଅନୁପମ ତ୍ରିପାଠୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଥିଲେ। ଏଥିରେ ବିଲୁପ୍ତ ବାଘମାନଙ୍କୁ ବଞ୍ଚାଇବାକୁ ଦାବି କରାଯାଇଥିଲା। ଦେଶରେ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି।
ଏହି ଆବେଦନରେ ଦର୍ଶାଯାଇଛି ଯେ ବାଘମାନଙ୍କୁ ସ୍ଥାନୀୟ ଲୋକ କିମ୍ବା ଅଧିକାରୀଙ୍କ ଦ୍ୱାରା ବିଷ ଦେଇ ମରାଯାଉଛି। ଅବା ଜଙ୍ଗଲକ୍ଷୀଙ୍କ ଦ୍ୱାରା କିମ୍ବା ଶିକାରୀଙ୍କ ଦ୍ୱାରା ଗୁଳି ଚଳାଇ ହତ୍ୟା କରାଯାଉଛି।