ଶିମିଳିପାଳରେ ଦୁଇ ମହାବଳ ବାଘଙ୍କ ଲଢ଼େଇ

ବାରିପଦା,୧୮ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଦୁଇ ମହାବଳ ବାଘଙ୍କ ମଧ୍ୟରେ ଲଢ଼େଇ ହୋଇଥିବା ଜଣାପଡ଼ିଛି। ଅଞ୍ଚଳ ଦଖଲ ପାଇଁ ଦୁଇ ବାଘଙ୍କ ମଧ୍ୟରେ ଏହି ଘମାଘୋଟ୍‌ ଲଢ଼େଇ ହୋଇଥିବା ଅନୁମାନ କରାଯାଉଛି। ଟି-୩୧ ଏବଂ ଟି-୩୫ ମଧ୍ୟରେ ଏହି ଲଢ଼େଇ ହୋଇଛି।

ଲଢ଼େଇରେ ଜିତିଥିବା ବାଘର ଫଟୋ ପୋଷ୍ଟ କରିଛନ୍ତି ଅଭୟାରଣ୍ୟ କର୍ତ୍ତୃପକ୍ଷ। ଏଥିରେ ଟି-୩୫ ଜିତିଥିବା ଦେଖିବାକୁ ମିଳିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share