ଦିଗପହଣ୍ଡିକୁ ପୁଣି ଲେଉଟିଲା ମହାବଳ, ଗାଁ ନିକଟରେ ବାଘ ପାଦ ଚିହ୍ନ ଠାବ, ଭୟରେ ଲୋକେ

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ଜକର ପଞ୍ଚାୟତ ଚୈତନ୍ୟ ପ୍ରସାଦ ଗ୍ରାମ ସଂଲଗ୍ନ ରତନେଇ ଜଙ୍ଗଲରେ ସୋମବାର ବନବିଭାଗ ମହାବଳ ବାଘର ପାଦ ଚିହ୍ନ ଚିହ୍ନଟ ହୋଇଛି। ଖବର ପାଇ ବ୍ରହ୍ମପୁର ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ ଡ଼. ରୁଦ୍ର ପ୍ରସାଦ ରଥ,ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ସଦଳବଳେ ପହଞ୍ଚି ସବିଶେଷ ତଥ୍ୟ ସଂଗ୍ରହ କରି ଫେରିଛନ୍ତି। ଆଖପାଖରେ ଥିବା ବିଭିନ୍ନ ଗ୍ରାମବାସୀଙ୍କୁ ବାଘର ଉପସ୍ଥିତି ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି। ସନ୍ଧ୍ୟାରୁ ସକାଳ ଯାଏ ସମ୍ପୃକ୍ତ ଇଲାକାରେ ଲୋକେ ଘରୁ ନ ବାହରିବା ପାଇଁ ପରାମର୍ଶ ଦିଆଯାଇଛି। ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତର ଆଦିବାସୀ ଗ୍ରାମ ପଦ୍ମପୁର ନିକଟସ୍ଥ ମକାବାଡରେ ମହାବଳ ବାଘର ପାଦ ଚିହ୍ନକୁ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇଥିଲା। ବନବିଭାଗ ପକ୍ଷରୁ ୩ ଟିମ ଗଠନ କରାଯାଇ ବାଘର ଗତିପଥକୁ ଅନୁଧ୍ୟାନ ନିମନ୍ତେ ବିଭିନ୍ନ ସ୍ଥାନରେ ଟ୍ରାପ୍‌ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିଲେ ମଧ୍ୟ ଟ୍ରାପ କ୍ୟାମେରାରୁ ବାଘର ଫଟୋ ମିଳିନଥିଲା। ମହାବଳ ଗଜପତି ଜିଲା ପାରଳାଖେମୁଣ୍ଡି ବନ ଡିଭିଜନ ଆର୍‌.ଉଦୟଗିରି ନିକଟ ଜଙ୍ଗଲକୁ ଚାଲିଯିବା ପରେ ପୁଣି ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ ଅଧୀନ ଗାଇଡ଼ା ଜଙ୍ଗଲକୁ ଫେରିଥିଲା। ଗତ ୧ ତାରିଖ ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ନୂଆପଡ଼ା ବିଟ ଗାଇଡ଼ା ଜଙ୍ଗଲ ସଂଲଗ୍ନ ବାତରଡ଼ା ପଲ୍ଲୀ ଗ୍ରାମ ନିକଟରୁ ବନବିଭାଗ ବାଘର ପାଦ ଚିହ୍ନ ସଂଗ୍ରହ କରିଥିଲା। ମହାବଳ ଗତ ପ୍ରାୟ ୧ ମାସ ହେଲା ବନ ବିଭାଗକୁ ନୟାନ୍ତ କଲାଣି। ବାଘ ଟ୍ରାକିଂ ପାଇଁ ଜଙ୍ଗଲରେ ଟ୍ରାପ କ୍ୟାମେରା ଖଞ୍ଜା ଯାଇଥିଲେ ମଧ୍ୟ ବାଘ ଚକମା ଦେଖାଇ ଗୋଟିଏ ଜଙ୍ଗଲରୁ ରାତି ମଧ୍ୟରେ ଅନ୍ୟ ଜଙ୍ଗଲକୁ ଚାଲି ଯାଉଛି। କିନ୍ତୁ ଆଜିଯାଏ ବାଘ କୌଣସି ମଣିଷକୁ ଶିକାର କରିନଥିବା ବନ ବିଭାଗକୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri