ମୋଷ୍ଟ ଓ୍ବାଣ୍ଟେଡ୍‌ ବାଘ ଶିକାରୀ ଗିରଫ

ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍‌ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ ଜଣାଶୁଣା ଶିକାରୀ ଭାରତ ଓ ବାଂଲାଦେଶରେ ବ୍ୟାପିଥିବା ସୁନ୍ଦରବନ ପାଖରେ ରହୁଥିଲେ। ଏକ ଟିପ୍‌ ମିଳିବା ପରେ କୁଖ୍ୟାତ ଶିକାର ହବିବ ତାଲୁକଦରଙ୍କୁ ଗିରଫ କରିବାରେ ସଫଳ ହୋଇଛୁ ବୋଲି ସ୍ଥାନୀୟ ପୋଲିସ ମୁଖ୍ୟ ସାଇଦୁର ରେହମାନ କହିଛନ୍ତି।

ଭାରତ ଓ ବାଂଲାଦେଶରେ ବ୍ୟାପିଥିବା ସୁନ୍ଦରବନରେ ସର୍ବାଧିକ ସଂଖ୍ୟାରେ ମହାବଳ ବାଘ ରୁହନ୍ତି। ଶିକାର କରିବା ପରେ ହବିବ ବାଘଙ୍କ ମାଂସ, ହାଡ଼, ଦାନ୍ତ, ଚମଡ଼ାକୁ ବ୍ଲାକ ମାର୍କେଟ ବ୍ୟବସାୟୀଙ୍କ ଜରିଆରେ ଚାଇନା ଓ ଅନ୍ୟ ସ୍ଥାନରେ ବିକ୍ରି କରୁଥିଲେ।

୫୦ ବର୍ଷୀୟ ହବିବ ଆମ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା। ତାଙ୍କ ଗିରଫ ହେବା ଖବର ଅଞ୍ଚଳରେ ଖୁସିର ଲହର ଖେଳାଇ ଦେଇଛି ବୋଲି ଜଙ୍ଗଲ ସଂରକ୍ଷଣ ଅଧିକାରୀ ମଇନୁଦ୍ଦିନ ଖାନ କହିଛନ୍ତି।

Share