Categories: ଜାତୀୟ

ମଝି ସଡ଼କରେ ବାଘ: ଗାଡ଼ି ସାମ୍ନାରେ ବସି ରହିଲା

ଭୋପାଳ, ୧୪।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ବାଘର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବାଘଟି ମଝି ସଡ଼କରେ ଗାଡ଼ି ସାମ୍ନାରେ ବସି ରହିଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ୩୦ ସେକେଣ୍ଡର ଏହି ଭିଡ଼ିଓକୁ ଅନୁରାଗ ଦ୍ୱାରି ଟୁଇଟରରେ ଶେୟାର କରିଛନ୍ତି। ଘଟଣାଟି ମଧ୍ୟପ୍ରଦେଶର ସିବନି ଜିଲାଠାରୁ ୨୫ କିମି ଦୂର ପେଞ୍ଚ୍‌ ନ୍ୟାଶନାଲ୍‌ ପାର୍କ ଅଞ୍ଚଳର ବୋଲି କୁହାଯାଉଛି। ଏଠାରେ ଥିବା ଏନ୍‌ଏଚ୍‌-୭ରେ ରାସ୍ତାକାମ ଚାଲିଥିବା ସମୟରେ ହଠାତ୍‌ ବାଘକୁ ଦେଖିବାକୁ ମିଳିଥିଲା। ବାଘଟି କାହାକୁ ଖାତିର ନ କରି ମଝି ସଡ଼କରେ ଆସି ବସିଥିଲା। ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ତେବେ ବାଘଟି କାହାର କିଛି ବି କ୍ଷତି କରି ନ ଥିଲା। ସଡ଼କ ମଝିରେ ବାଘକୁ ଦେଖି ଗାଡ଼ି ଗୁଡ଼ିକ ଅଟକି ଯାଇଥିଲା। କିଛି ସମୟ ପରେ ବାଘଟି ସେଠାରୁ ଚାଲି ଯାଇଥିଲା।

Share