Categories: ଫୁରସତ

ବାଘକୁ ଧରିଥିଲେ, ଶେଷକୁ କାମୁଡି ଦେଇ…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବ୍ୟକ୍ତି ବାଘକୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି।
ତେବେ ବାଘକୁ ଆଲିଙ୍ଗନ କରିବା ଏକ ଭୟାନକ କାର୍ଯ୍ୟ । ଯଦି ବାଘଟିକୁ ଘରେ ଲାଳନପାଳନ କରାଯାଇଥାଏ ତେବେ ଯାଇଁ ତାହା ସମ୍ଭବ ହୋଇଥାଏ। ଭିଡିଓ ଆରମ୍ଭରୁ ସବୁ ଠିକ୍‌ଠାକ୍‌ ଚାଲିଥିଲା। ତେବେ ଶେଷରେ ବାଘଟି ବ୍ୟକ୍ତିଙ୍କ ଆଖିରୁ ଚଷମା ବାହାର କରି ତାଙ୍କ ହାତକୁ କାମୁଡି ଦେଉଚି। ପରେ ବ୍ୟକ୍ତି ଜଣଙ୍କ ବାଘକୁ ତାଙ୍କଠାରୁ ଦୂରେଇ ଦେଉଛନ୍ତି। ତବେ ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ବ୍ୟକ୍ତିଙ୍କ ସାହସକୁ ଅଭିବାଦନ ଜଣାଇଛନ୍ତି। ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଅକେକ ଏହାକୁ ଲାଇକ କରିଛନ୍ତି। ତେବେ ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି ଏହି ସୁନ୍ଦର ପଶୁଙ୍କ ଘର ହେଉଛି ଜଙ୍ଗଲ। ଏହାକୁ ଗୃହପାଳିତ ପଶୁ କରିବା ଉଚିତ୍‌ ନୁହେଁ ।

Share