ଗୁହାଳରେ ପଶି ଛେଳିକୁ ଖାଇଲା ବାଘ

ଆର.ଉଦୟଗିରି,୧୭ା୧୦(ମନୋଜ କୁମାର ପାଢ଼ୀ): ଗଜପତି ଜିଲା ଆର.ଉଦୟଗିରି ବନ ବିଭାଗ ଅଧୀନ ଘୋଡାକଣ ଗ୍ରାମଠାରୁ ଅଳ୍ପ ଦୂରରେ ରହୁଥିବା ସୁଜୟ ରାଇକାଙ୍କ ଗୁହାଳରୁ ବାଘ ୩ଟି ଛେଳି ମାରି ଖାଇ ଦେଇଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ବନ ବିଭାଗ ଅସ୍ବୀକାର କରିଛି। ବାଘ ନୁହେଁ ବିଲୁଆ ଛେଳି ମାରିଥିବା ବିଭାଗ କହିଛି।

ଖବରରୁ ଜଣାପଡିଛି, ସୁଜୟ ବୁଧବାର ସନ୍ଧ୍ୟାରେ ନିଜର ୮ଟି ଛେଳି ଗୁହାଳରେ ବାନ୍ଧି ରଖିଥିଲେ। ପରିବାର ଲୋକେ ରାତିରେ ଶୋଇଥିବା ବେଳେ ପ୍ରାୟ ୯.୩୦ରେ ଏକ ବାଘ ନିକଟସ୍ଥ ଜଙ୍ଗଲରୁ ଗ୍ରାମକୁ ଆସି ସୁଜୟଙ୍କ ଗୁହାଳରେ ପଶି ବନ୍ଧା ହୋଇଥିବା ୮ଟି ଛେଳିକୁ ଆକ୍ରମଣ କରିଥିଲା। ଏହି ଶବ୍ଦ ଶୁଣି ପରିବାର ଲୋକେ ଉଠି ଗୁହାଳରେ ବାଘକୁ ଦେଖି ଘଉଡାଇଥିଲେ । ୮ଟି ଛେଳିରୁ ୨ଟି ଛେଳି ବାଘଖାଇ ଅଧା ଛାଡି ଚାଲି ଯାଇଥିଲା। ପରେ ବାଘଟି ଘୋଡାକଣ ଗ୍ରାମର ଇନ୍ଦ୍ରାବାସ କଲୋନିରେ ରହୁଥିବା ମନସି ରାଇକଙ୍କ ଗୁହାଳରେ ପଶି ଏକ ଛେଳି ନେଇ ମୁଖ୍ୟରାସ୍ତାରେ ଖାଇଥିଲା। ଗୁରୁବାର ଛେଳି ମାଲିକ ଏବିଷୟରେ ଆର. ଉଦୟଗିରି ବନ କର୍ମଚାରୀଙ୍କୁ ଜଣାଇଥିଲେ। ବନ ବିଭାଗ କର୍ମଚାରୀ ଗ୍ରାମରେ ପହଞ୍ଚତ୍ ଅନୁଧ୍ୟାନ କରି ଏହିସବୁ ଛେଳିକୁ ବାଘ ଆକ୍ରମଣ କରିନି ବିଲୁଆ ଆକ୍ରମଣ କରିଛି ବୋଲି କହିଥିଲେ। ଏହା ଶୁଣି ଛେଳି ମାଲିକ ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ।

ଏ ସମ୍ପର୍କରେ ଗ୍ରାମବାସୀ କହିଛନ୍ତି, ଗ୍ରାମରେ ବାଘ ପାଦଚିହ୍ନ ପଡିଛି। କିଛିଦିନ ତଳେ ବାଘ ଗ୍ରାମରୁ ଦୁଇଟି ଛେଳିକୁ ଗୁହାଳରୁ ନେଇ ଜଙ୍ଗଲରେ ମାରି ଖାଇଥିଲା। କିଛି ଦିନ ହେବ ଏହି ଗ୍ରାମ ଓ ଏହାର ଆଖପାଖ ଗ୍ରାମରୁ ଅନେକ ଛେଳି ବାଘ ମାରିଛି। ଏଥିପ୍ରତି ବନ ବିଭାଗ ଗୁରୁତ୍ୱ ନ ଦେଇ ବାଘ ବଦଳରେ ବିଲୁଆ ଆକ୍ରମଣ କରି ଛେଳି ମାରୁଥିବା କହୁଛି।

ଆଗାମୀ ଦିନରେ ଗ୍ରାମବାସୀ ଯଦି ବାଘ ଆକ୍ରମଣର ଶିକାର ହୁଅନ୍ତି ତେବେ ବିଭାଗୀୟ ଅଧିକାରୀ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏହି ସମୟରେ ସୁଜୟ ବନ କର୍ମଚାରୀଙ୍କ ନିକଟରେ ଛେଳିର କ୍ଷତିପୂରଣ ଦାବି କରିଥିଲେ। ଏନେଇ ଆର. ଉଦୟଗିରି ରେଞ୍ଜର ଉମା ଶଙ୍କର ବିଷୋୟୀଙ୍କୁ ପଚାରିବାରୁ ସେ କହିଲେ, ଘୋଡାକଣ ଗ୍ରାମର କୌଣସି ଛେଳି ବାଘ ଖାଇନି। ଯେଉଁ ୩ ଛେଳିକୁ ବାଘ ଆକ୍ରମଣ କରିଛି ଗ୍ରାମବାସୀ କହୁଛନ୍ତି ସେମାନଙ୍କୁ ବାଘ ନୁହେଁ ବିଲୁଆ ଆକ୍ରମଣ କରିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ଦେବାର ବ୍ୟବସ୍ଥା ନାହିଁ। ତେବେ ଆଜି ରାତିରେ ବନକର୍ମଚାରୀ ଜଗିବେ ବୋଲି ବିଶୋୟୀ ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ମୃତ୍ୟୁ ମାମଲା: ହତ୍ୟା ଅଭିଯୋଗ ଆଣିଲେ ଭଉଣୀ 

ବାରିପଦା,୧୭ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଖଇରବଣିଠାରେ ବେତନଟୀ ବସ୍‌ଷ୍ଟାଣ୍ଡ ଦୁର୍ଗାପୂଜା କମିଟି ସଦସ୍ୟ ଆଶୁତୋଷ ବେହେରାଙ୍କ ମୃତ୍ୟୁ ଘଟଣାରେ ପୋଲିସର...

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼

ଯାଜପୁର,୧୭ା୧୦(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳିରେ ରାଜନୈତିକ ଆକ୍ରୋଶ କ୍ରମଶଃ ବଢିବାରେ ଲାଗିଛି। ବିଜେଡି, ଭାଜପା ଓ ସ୍ବାଧୀନ ବିଧାୟକ ସମର୍ଥକଙ୍କ ମଧ୍ୟରେ...

ପାଣ୍ଡିଆନ୍‌ଙ୍କ ଗୁମର ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ: ବିଜୁ ପଟ୍ଟନାୟକ-ଗୀତା ମେହେଟ୍ଟାଙ୍କୁ ନେଇ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୭।୧୦: ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ଦଳରେ ଥିବା ଓ ଅନ୍ୟ ଦଳକୁ ଯାଇଥିବା ବରିଷ୍ଠ ନେତାମାନେ ଜଣକ ପରେ ଜଣେ ବୟାନ ଦେଉଛନ୍ତି।...

ନଷ୍ଟ କରାଗଲା ୧ କୁଇଣ୍ଟାଲ ଆଇସ୍‌କ୍ରିମ

ରାଉରକେଲା,୧୭।୧୦(ସଙ୍ଗୀତା ଜେନା): ବିନା ଲାଇସେନ୍ସ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରି ମାର୍କେଟକୁ ବିକ୍ରି ପାଇଁ ପଠାଯାଉଥିଲା। ଆଇସ୍‌କ୍ରିମ୍‌ ପ୍ୟାକେଟ୍‌ ଉପରେ ବ୍ୟାଚ୍‌ ନମ୍ବର,...

ମାଡ଼ିଆସିଲା ସମୁଦ୍ର ଜୁଆର: ଭାସିଲା କୋଠାଘର

ଛତ୍ରପୁର, ୧୭।୧୦ (ଦିଲ୍ଲୀପ ସାମଲ): ସମୁଦ୍ରର ଉଚ୍ଚ ଜୁଆର ଯୋଗୁ ସମୁଦ୍ର ନିକଟରେ ଥିବା ଏକ କୋଠଘର ଭାସିଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ...

ଭୁବନେଶ୍ୱରରେ ଏହି ସବୁ ସ୍ଥାନରେ ୨୪ ଘଣ୍ଟା ବନ୍ଦ ରହିବ ପାନୀୟ ଜଳ ଯୋଗାଣ

ଭୁବନେଶ୍ୱର,୧୭।୧୦: ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ୨୪ ଘଣ୍ଟା ଧରି ବନ୍ଦ ରହିବ। ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ...

କେନ୍ଦୁଝରରେ ପ୍ରଥମ କୁହୁଡ଼ି, ଶୀତର ଆଗମନକୁ ସ୍ବାଗତ

କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷର ପ୍ରଥମ କୁହୁଡ଼ି କେନ୍ଦୁଝର ଜିଲାରେ ଦେଖିବାକୁ ମିଳିଛି। ଶୀତର ଆଗମନକୁ ସତେ ଯେପରି ସ୍ବାଗତ କରିଛି। ଏହି କୁହୁଡ଼ି...

ଜୁଆ ଆଡ୍ଡା ଉପରେ ଘନ ଘନ ଚଢାଉ: ୧୩ ଦିନରେ ୨୨୮ ଜୁଆଡି ଗିରଫ

ଛତ୍ରପୁର, ୧୭।୧୦(ଦିଲ୍ଲୀପ ସାମଲ): ବେଆଇନ ମଦ କାରାବାର ଓ ଚାଲିଥିବା ଜୁଆ ଆଡ୍ଡା ଗୁଡିକରେ ଘନ ଘନ ଚଢାଉ ଜାରି ରଖିଛି ଗଞ୍ଜାମ ପୋଲିସ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri