Categories: ଫୁରସତ

ପାଟ୍ରୋଲିଂ କରୁଛି ବାଘ !

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ କଲରାପତରିଆ ବାଘ ଗାଈ ଗୋଠଙ୍କୁ ଗୋଡାଉଛି। ଫଳରେ ଗାଈ ଗୋଠ ଛତ୍ର ଭଙ୍ଗ ଦେଇ ପଳାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡ ଦେବପ୍ରୟୋଗ ପୋଲିସ ଷ୍ଟେଶନ ନିକଟରେ ଏପରି ଘଟଣା ଘଟିଛି। ପୋଲିସ ଷ୍ଟେଶନରେ ଲାଗିଥିବା ସିସିଟିଭି କ୍ୟାମେରାରେ ଏହି ଦୃଶ୍ୟ କଏଦ ହୋଇଛି।
ଭିଡିଓରେ ଦେଖାଯାଇଛି, ପୋଲିସ ଷ୍ଟେଶନ ନିକଟରେ ଥିବା ରାସ୍ତାରେ ଗାଈ ପଲ ଯାଉଛନ୍ତି। ସେହିସମୟରେ ହଠାତ ଏକ କଲରାପତରିଆ ପଛରୁ ଆସି ଆକ୍ରମଣ କରୁଛି। ପରେ ଗାଈ ପଲ ସେଠାରୁ ଦୌଡି ପଳାଉଛନ୍ତି। ପରେ କିଛିସମୟ ପାଇଁ କଲରାପତରିଆ ରାସ୍ତା ଉପରେ ବସି ସେଠାରୁ ଚାଲିଯାଉଛି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଦେବପ୍ରୟୋଗ ରାସ୍ତାରେ ନୂଆ ପୋଲିସ ଦଳ..। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ନିଜର ଭିନ୍ନ ପ୍ରକାରର ମତ ଦେଇଛନ୍ତି।

Share