ପ୍ରେମିକାଙ୍କ ବିକିନି ପିନ୍ଧା ଫଟୋ ଦେଖି ଏମିତି କହିଲେ ଟାଇଗର୍‌

ବଲିଉଡ ଅଭିନେତ୍ରୀ ଦିଶା ପଟାନୀ ନିଜକୁ ଗ୍ଲାମରସ୍‌ ଦେଖାଯିବାକୁ ସର୍ବଦା ପସନ୍ଦ କରନ୍ତି। ନିକଟରେ ଦିଶା ଇନଷ୍ଟାଗ୍ରାମରେ ନିଜର ଏକ ବିକିନ୍‌ ପିନ୍ଧା ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀଙ୍କ ଏହି ଲୁକ ଦେଖି କେବଳ ପ୍ରଶଂସକ ନୁହଁନ୍ତି, ତାଙ୍କ ପ୍ରେମିକ ତଥା ଅଭିନେତା ଟାଇଗର ଶ୍ରଫ୍‌ ମଧ୍ୟ ଫିଦା ହୋଇଯାଇଛନ୍ତି। ଦିଶା ସମୁଦ୍ର ଭିତରେ ଏହି ହଟ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଗୋଲାପୀ ବିକିନି ପିନ୍ଧିଛନ୍ତି। ଫଟୋ ଦେଖି ଟାଇଗର ଫାୟାର ଇମୋଜି ଦେଇଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଦିଶା ତାଙ୍କ ଚମତ୍କାର ଲୁକ ସହିତ ତାଙ୍କ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛନ୍ତି। ନିକଟରେ ଦିଶା ‘ଯୋଦ୍ଧା’ ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ତାଙ୍କୁ ଏହି ଆକ୍ସନ ଫିଲ୍ମରେ ରାଶି ଖାନ୍ନା ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଦେଖିବାକୁ ମିଳିବ। ଧର୍ମା ପ୍ରଡକ୍ସନ୍ସର ଏହି ଫିଲ୍ମ ନିର୍ମାଣ କରାଯାଇଛି। ଶୁଟିଂ ଶେଷ କରିବା ପରେ ଦିଶା ଟିମ୍‌ ସହିତ କିଛି ଫଟୋ ପୋଷ୍ଟ କରିଥିଲେ।

ଦିଶା ୨୦୧୫ ତେଲୁଗୁ ଫିଲ୍ମ ‘ଲୋଫର୍‌’ ଜରିଆରେ ଡେବ୍‌ୟୁ କରିଥିଲେ। ପରବର୍ତ୍ତୀ ୨୦୧୬ ମସିହାରେ, ସେ ‘ଏମଏସ ଧୋନୀ-ଅନ୍‌ଟୋଲ୍ଡ ଷ୍ଟୋରୀ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ସଲମାନ ଖାନଙ୍କ ସହିତ ଫିଲ୍ମ ‘ରାଧେ: ୟୋର୍‌ ମୋଷ୍ଟ ୱାଣ୍ଟେଡ ଭାଇ’ରେ ଦେଖିବାକୁ ମିଳିଥିଲା। ଦିଶା ଖୁବ ଶୀଘ୍ର ‘ଏକ ଭିଲେନ ୨’ରେ ମଧ୍ୟ ନଜର ଆସିବେ।

Share