ପବନରେ ଉଡି ଷ୍ଟଣ୍ଟ କଲେ ଟାଇଗର ଶ୍ରଫ୍‌

ମୁମ୍ବାଇ : ବଲିଉଡ ଅଭିନେତା ଟାଇଗର୍‌ ଶ୍ରଫ ନିଜର ଅଭିନୟରେ ସମସ୍ତଙ୍କ ପାଖରେ ନିଜର ପରିଚୟ ସ୍‌ୃଷ୍ଟି କରିପାରିଛନ୍ତି। ତାଙ୍କର ଷ୍ଟଣ୍ଟ ପାଇଁ ମଧ୍ୟ ବେଶ ପରିଚିତ ଟାଇଗର। କିଛି ନା କିଛି କରି ସେ ଚର୍ଚ୍ଚାରେ ରହନ୍ତି। ଖୁବ କମ୍‌ ସମୟ ମଧ୍ୟରେ ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ସୋସିଆଲ ମିଡିଆରେ ସବୁବେଳେ ଫ୍ୟାନ୍ସଙ୍କ ସହ ଯୋଡି ହୋଇରହିଥାନ୍ତି ସେ।
ଅନେକ ସମୟରେ ସେ ତାଙ୍କର ଷ୍ଟଣ୍ଟ ଭିଡିଓ ଶେୟାର କରନ୍ତି । ନିକଟରେ ସେମିତି ଏକ ଭିଡିଓ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ପବନରେ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି ।

 

Share