ହିରୋପନ୍ତି ୨, ବାଗି ୪ ପାଇଁ ୨୫ଟି ଦେଶରେ ଶୁଟିଂ କରିବେ ଟାଇଗର

ମୁମ୍ବାଇ: ବଲିଉଡ୍ ନାୟକ ଟାଇଗର ଶ୍ରଫ ‘ହିରୋପନ୍ତି ୨’ ଓ ‘ବାଗି ୪’ର ଶୁଟିଂ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ପୁଣି ଏକ ଧମାକାଦାର ଏଣ୍ଟ୍ରି ସହ ଦର୍ଶକଙ୍କ ମନୋରଞ୍ଚନ କରିବା ଲକ୍ଷ୍ୟରେ ଅଛନ୍ତି ଟାଇଗର । ଲକ୍‌ଡାଉନ ପରେ ପ୍ରଥମଥର ଲାଗି ଡିସେମ୍ବର ୨୦୨୦ରେ ହିରୋପନ୍ତି ୨ର ଶୁଟିଂ ଆରମ୍ଭ କରାଯିବ । ଏହି ଦୁଇଟି ଫିଲ୍ମ ପାଖାପାଖି ୨୫ଟି ଦେଶରେ କରାଯିବ ବୋଲି ଜଣାପଡିଛି । ଏହି ଫିଲ୍ମକୁ ନେଇ ଉଭୟ ନିର୍ଦ୍ଦେଶକ ଓ କଳାକାର ଏକ୍ସସାଇଟେଡ ଥିବା ବେଳେ ପୁଣିଥରେ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିବାକୁ ଚାହୁଁଛନ୍ତି । ପୂର୍ବରୁ ବାଗି ୨ ଓ ବାଗି ୩ର ନିର୍ଦ୍ଦେଶନା ଦେଇଥିବା ଅହମଦ ଖାଁ ଏଥର ବି ବାଗି ୪ ପାଇଁ ନିଜକୁ ପ୍ରସ୍ତୁତ କରି ନେଇଥିବା କହିଛନ୍ତି । ପୂର୍ବରୁ ହିରୋପନ୍ତି ଓ ବାଗିର ସଫଳତାକୁ ଦେଖି ଏଥର ନିର୍ମାତା ନିର୍ଦ୍ଦେଶକ ଦର୍ଶକଙ୍କୁ କେବେବି ନିରାଶ କରିବେ ନାହିଁ ବୋଲି ଧରି ନେଇଛନ୍ତି ।

Share