ମୁଁ ବିବାହ କରିସାରିଛି: ଟାଇଗର…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ତଥା କଥିତ ପ୍ରେମିକା ଦିଶା ପଟାନିଙ୍କ ସହ ବ୍ରେକ୍‌ଅପ୍‌ ପରେ ନୂଆ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଭିନେତା ଟାଇଗର ଶ୍ରଫ୍‌। ଏବେ ଦିଶା ଧାନୁକାଙ୍କୁ ସେ ଡେଟ୍‌ କରୁଥିବା କୁହାଯାଉଛି। ହେଲେ ଏନେଇ ପଚରାଯିବାରେ ଆଡୁସାଡୁ କହି ଏଡାଇ ଯାଉଛନ୍ତି ସେ। ଏପରିକି ସେ ବିବାହ କରିସାରିଥିବା କହିବାକୁ ପଛାଇ ନାହାନ୍ତି।

ଏକ ଶୋ’ରେ ଟାଇଗରଙ୍କୁ ବ୍ୟକ୍ତିଗତ ଜୀବନ ନେଇ ପଚରାଯାଇଥିଲା। ଜବାବରେ ‘ମୁଁ କାମକୁ ବିବାହ କରିସାରିଛି’ ବୋଲି ଟାଇଗର କହିଥିଲେ। ତାଙ୍କ ଏହି ଜବାବ ଶୁଣି ସେ କିଛି ବି କହିବାକୁ ଚାହୁଁ ନ ଥିବା ସ୍ପଷ୍ଟ ହୋଇଥିଲା। ପରେ ତାଙ୍କ ନାମ କେବଳ ଦିଶା ନୁହନ୍ତି ଅନେକ ଯୁବତୀଙ୍କ ସହ ଯୋଡ଼ା ଯାଉଛି ବୋଲି ସେ କହିଥିଲେ।

କହିରଖୁଛୁ, ଦିଶା ବମ୍ବେର ପ୍ରଯୋଜନା ସଂସ୍ଥା ଅଧୀନରେ କାମ କରୁଛନ୍ତି। ଉଭୟ ଦେଢ଼ ବର୍ଷ ହେଲାଣି ପରସ୍ପରକୁ ଡେଟ୍‌ କରୁଥିବା କୁହାଯାଉଛି। ଟାଇଗରଙ୍କ ପରିବାରଲୋକେ ମଧ୍ୟ ତାଙ୍କୁ ପସନ୍ଦ କରନ୍ତି।

Share