ପ୍ରେମିକଙ୍କ ସହ ବ୍ରେକ୍‌ଅପ୍‌କୁ ନେଇ ଚର୍ଚ୍ଚାରେ ଟାଇଗରଙ୍କ ଭଉଣୀ, କଲେ ଏପରି ନିବେଦନ

ବମ୍ବେ: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଭଉଣୀ କୃଷ୍ଣାଙ୍କର ହୋଇଛି ବ୍ରେକ୍‌ଅପ୍‌। ଇବାନ ହାୟମ୍ସଙ୍କଠାରୁ ସେ ଅଲଗା ହୋଇଛନ୍ତି। ଉଭୟଙ୍କ ରୋମାଣ୍ଟିକ୍‌ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ହେଲେ ଏବେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି।

ଲକ୍‌ଡାଉନ୍‌ ସମୟରେ କୃଷ୍ଣା ଅଧିକ ସମୟ ଇବାନଙ୍କ ସାଙ୍ଗରେ ବିତାଉଥିଲେ। ଦୀର୍ଘ ଏକ ବର୍ଷ ଧରି ଉଭୟ ସମ୍ପର୍କରେ ରହିବା ପରେ ଏବେ ବ୍ରେକ୍‌ଅପ୍‌ କରିନେଇଛନ୍ତି। କୃଷ୍ଣା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ପ୍ରେମିକଙ୍କ ସହ ନିଜର ଫଟୋ ଡିଲିଟ୍‌ କରିଛନ୍ତି। ଇବାନଙ୍କ ସହ ତାଙ୍କର ଫଟୋରେ ଟ୍ୟାଗ୍‌ ନ କରିବାକୁ ପ୍ରଶଂସକଙ୍କୁ ସେ ନିବେଦନ କରିଛନ୍ତି ମଧ୍ୟ। ଏପରିକି ଇବାନଙ୍କୁ ଫଲୋ କରିବା ମଧ୍ୟ ସେ ବନ୍ଦ କରିଛନ୍ତି। ହେଲେ କେଉଁ କାରଣ ପାଇଁ ଏପରି କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ।

Share